ନ୍ୟୁଜ 365 (ବ୍ୟୁରୋ): ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶରେ କାର୍ଗିଲ ବିଜୟ ଦିବସ ପାଳନ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୈନିକ ମାନଙ୍କ ବୀରତ୍ୱ ଓ ପରାକ୍ରମର କଥାକୁ ମନେ ପକାଇଛନ୍ତି । ମୋଦି ଟୁଇଟ୍ କରି ଲେଖିଛନ୍ତି, କାର୍ଗିଲ ବିଜୟ ଦିବସ ଭାରତର ସେହି ଅଦ୍ଭୁତ ସାହସୀମାନଙ୍କ ବୀରତ୍ୱର ଗାଥାକୁ ସାମ୍ନାକୁ ଆଣିଛନ୍ତି, ଯେଉଁମାନେ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣା ରହିବେ। ଏହି ବିଶେଷ ଦିନରେ ମୁଁ ତାଙ୍କୁ ପ୍ରଣାମ କରି ମୋର ହୃଦୟରୁ ପ୍ରଣାମ ଜଣାଉଛି । କାର୍ଗିଲ ଦିବସ ଭାରତର ପରାକ୍ରମି ବୀରଙ୍କ ସୌର୍ଯ୍ୟର ଗାଥା ଗାଉଛି । ଯାହା ଦେଶ ବାସିଙ୍କ ପାଇଁ ପ୍ରେରଣା ଦାୟି ହୋଇ ରହିବ । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ କରି ପରାକ୍ରମିି ବୀରଙ୍କୁ ଶ୍ରଦ୍ଧାଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି, କାର୍ଗିଲ ବିଜୟ ଦିବସ ହେଉଛି କୋଟି କୋଟି ଦେଶବାସୀଙ୍କ ସମ୍ମାନର ବିଜୟ ଦିବସ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବୀର ଯବାନଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ୨୩ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ସେନା କାର୍ଗିଲ ଶିଖରରେ ପ୍ରବେଶ କରିଥିବା ଶତ୍ରୁକୁ ଘଉଡାଇ ବିଜୟ ଘୋଷଣା କରିଥିଲା।