ନ୍ୟୁଜ365(ବ୍ୟୁରୋ); କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ମା ତାରିଣୀଙ୍କ ପୀଠର ରହିଛି ଅନେକ ମହାତ୍ମ୍ୟ। କିନ୍ତୁ ଆପଣ ଜାଣିନଥିବେ ମାଙ୍କ ପୀଠର ନାମକରଣ କିପରି ହୋଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଙ୍ଗଲରେ ରହି ମାଙ୍କର ଯଥାବିଧି ପୂଜାର୍ଚ୍ଚନା କରୁଥିଲେ ଦେହୁରୀମାନେ। ଦୁର୍ଗମ ଜଙ୍ଗଲରେ ବ୍ରାହ୍ମଣ ନମିଳିବାରୁ ରାଜା ଗୋବିନ୍ଦ ଭଞ୍ଜ ଚିନ୍ତିତ ରହୁଥିଲେ । ମାଙ୍କ ପୂଜା ସ୍ଥାନୀୟ ଦେହୁରୀମାନେ ହିଁ କରିବେ । ସୂଚନା ଯୋଗ୍ୟ ଭକ୍ତର କଷ୍ଟ ମାଆ ବୁଝିପାରି ସ୍ୱପ୍ନାଦେଶ କରିଥିଲେ , ଗୋଟିଏ ମାଟିଘଟରେ ନଡିଆ ରଖି ମାଙ୍କ ଆସ୍ଥାନ ନିକଟରେ ଥିବା କୁସୁମ ବୃକ୍ଷ ଡାଳରେ ବାନ୍ଧିବାକୁ । ଦେହୁରୀ ପୂଜା ଶେଷରେ ସେହି ପୂଜା ପାଣିକୁ ପ୍ରତିଦିନ ସେହି ଘଟରେ ସିଞ୍ଚିଥାନ୍ତ । ସେହି ଘଟରୁ ଟିକିଏ ଘିଅ ପାତ୍ରରେ ନେଇ ପାନ କରିବ ଓ ଆଉ ଟିକେ ଘିଅରେ ଦୁବଘାସ ବୁଡାଇ ମୁଣ୍ଡରେ ସିଞ୍ଚିବ। ଏହାଦ୍ୱାରା ସେ ଅଶୌଚରୁ ମୁକ୍ତି ହୋଇ ମୋର ପୂଜା କରିପାରିବ । ସେହିଦିନଠାରୁ ଘିଅ ଘଟ ବନ୍ଧା ହେବା କାରଣରୁ ମାଆଙ୍କ ପୀଠର ନାମ ହେଲା ଘଟଗାଁ। ।
ଦୀର୍ଘକାଳ ରାଜ୍ୟ ଶାସନ କରି ମାଆ ତାରିଣୀଙ୍କ କୃପାରୁ ବହୁ ଯଶ,ଖ୍ୟାତି ଲାଭ କରି ଭକ୍ତ ଗୋବିନ୍ଦ ଭଞ୍ଜ ୮୪ବର୍ଷ ବୟସରେ ୧୫୩୪ ମସିହାରେ ଇହଧାମ ତ୍ୟାଗ କଲେ । ହେଲେ ଯୁଗଯୁଗକୁ କଥା ରହିଗଲା ଯେ, ଭକ୍ତବତ୍ସଳା ମାଆ ତାରିଣୀ ଭକ୍ତର ମନବାଞ୍ଛା ପୂର୍ଣ୍ଣ କରି ଘଟଗାଁ ବାସିନୀ ହେଲେ । ପୂର୍ବଭଳି ଆଜି ମଧ୍ୟ ଫଳ ଓ ଅନ୍ନ ପ୍ରସାଦ ମାଆଙ୍କ ନିକଟରେ ଭୋଗ ଲାଗୁଛି । ମାଆଙ୍କର ପ୍ରିୟ ଫଳ ଭାବେ ନଡ଼ିଆ ଦିନକୁ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚୁଛି ରାଜ୍ୟ ତଥା ରାଜ୍ୟ ବାହାରୁ।
ଆନନ୍ଦପୁର-କେନ୍ଦୁଝର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଘଟଗାଁ ପୀଠର ମାଆ ତାରିଣୀଙ୍କର ନୂଆ ମନୋରମ ମନ୍ଦିର ଦୃଶ୍ୟମାନ ହେଉଛି। ମାଆ ତାରିଣୀଙ୍କର ଆଷାଢ଼ୀ ପର୍ବ ମଧ୍ୟ ଏକ ବଡ଼ ପର୍ବ ଭାବେ ପାଳିତ ହୋଇଥାଏ। ଆଷାଢ଼ ମାସର ଶେଷ ଗୁରୁବାର ଦିନ ଏହି ପର୍ବ ପଡ଼ିଥାଏ । ୨୮ଟି ଗ୍ରାମରେ ମୁଖିଆଙ୍କୁ ନିମନ୍ତ୍ରଣ କରାଯାଏ ଓ ସେମାନେ ଆସି ରାତିରେ ମାଆଙ୍କ ପୂଜାର୍ଚ୍ଚନା କରିବା ପରେ ଚାଷ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥାଏ ।