ନ୍ୟୁଜ ୩୬୫ (ବ୍ୟୁରୋ): ବର୍ଷାଋତୁ ସମସ୍ତଙ୍କର ପସନ୍ଦ । ହେଲେ ଏହି ଋତୁ ଆପଣଙ୍କ ଶରୀର ପାଇଁ ଯେତିକି ଭଲ ସେତିକି କ୍ଷତିକାରକ ମଧ୍ୟ । ବର୍ଷାଋତୁ ଖାଲି ଆମକୁ ଗରମରୁ ମୁକ୍ତି ଦେଇନଥାଏ । ବର୍ଷାଋତୁ ଅନେକ ରୋଗକୁ ସାଙ୍ଗରେ ନେଇକି ଆସିଥାଏ । ଏହି କାରଣରୁ ଋତୁ ବଦଳିବା ସହିତ ଆମର ଇମ୍ୟୁନିଟି ବି ଦୁର୍ବଳ ହୋଇଯାଏ । ଏହା ଦ୍ୱାରା ଭାଇରାଲ ଏବଂ ଇନଫେକ୍ସନର ବିପଦ ବଢିଯାଏ । ଏମିତିରେ ବର୍ଷାଋତୁର ମଜା ନେବା ସହିତ ନିଜ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖିବା ନିହାତି ଆବଶ୍ୟକ । ତେଣୁ ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ଡାଏଟରେ ସାମିଲ କରି ନିଜର ଇମ୍ୟୁନିଟି ପାୱାରକୁ ବଢାଇ ପାରିବେ ।
ତୁଳସୀ ଆର୍ୟୁବେଦିକ ଜଡି଼-ବୁଟୀ ଭାବରେ ବେଶ୍ ଜଣାଶୁଣା । ବର୍ଷା ଦିନରେ ଅନେକ ରୋଗର ସଂଙ୍କଟ ରହିଥାଏ । ତୁଳସୀର ପତ୍ର ଖାଇବା ଦ୍ୱାରା କେବଳ ରୋଗ ଭଲ ହୁଏ ତାହା ନୁହଁ, ଏହା ଦ୍ୱାରା ଶରୀରରେ ଥିବା ଇମ୍ୟୁନିଟି ଶକ୍ତି ମଧ୍ୟ ମଜବୁତ ହୋଇଥାଏ । ଏହାକୁ ଆପଣ ସିଧା ସଳଖ ଖାଇପାରିବେ ଏବଂ ଚାହାରେ ପକାଇ ପିଇ ପାରିବେ । ସେହିପରି ଅଦାରେ ଜିନଜରୋଲ୍ସ, ପେରାଡୋଲ୍ସ, ସେସ୍କ୍ୟୁଡରପେନ୍ସ, ଶୋଗାଓଲ୍ସ ଏବଂ ଜିନଜରୋନରେ ଭରପୁର ହୋଇ ରହିଥାଏ । ଏଥିରେ ଶକ୍ତଶାଳୀ ଆଣ୍ଟିଅକ୍ସିଡେଣ୍ଟର ଗଣୁ ରହିଥାଏ । ଥଣ୍ଡା, ଜ୍ୱର ଏବଂ କାଶ ପାଇଁ ଏହା ଲାଭଦାୟକ । ଖାଲିସେତିକି ନୁହେଁ ଗୋଲମରିଚରେ ପାଇପରିନ ନାମକ ଏକ ତତ୍ୱ ରହିଥାଏ, ଯେଉଁଥିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ରୋଗାଣୁରୋଧିର ଗୁଣ ରହିଥାଏ । ଏହା ଖାଇବାର ସ୍ୱାଦ ବଢାଇବା ସହିତ ଶରୀର ପାଇଁ ବେଶ୍ ଲାଭଦାୟକ । ଏହାସହ ବର୍ଷା ଋତୁରେ ଯଦି ଲେମ୍ବୁ ଭଳି ଖଟା ଫଳ ଖାଆନ୍ତି, ତେବେ ଏହା ଇମ୍ୟୁନିଟିକୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ ।