Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଇତିହାସ ଏବଂ ସଂସ୍କୃତି

ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଏତେ ଦ୍ବନ୍ଦ୍ବ କାହିଁକି, ନୀଳାଦ୍ରି ବିଜେର ୨୫ ଦିନ ପରେ ବି ହେଇପାରିଲାନି ବନକଲାଗି

param by param
Jul 26, 2023, 05:27 pm GMT+0530
FacebookTwitterWhatsAppTelegram

ନ୍ୟୁଜ ୩୬୫ (ବ୍ୟୁରୋ): ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ଭିତରେ ବିବାଦ କାରଣରୁ ବନକଲାଗିକୁ ନେଇ ଏଭଳି ଅନିଶ୍ଚିତତା ଦେଖାଦେଇଛି। ଉଭୟପକ୍ଷଙ୍କ ଆତ୍ମବଡ଼ିମା, ଅହଙ୍କାରର ପାଇଁ  ୨୫ ଦିନ ହେଲାଣି ହୋଇପାରିନି ମହାପ୍ରଭୁଙ୍କ ବନକଲାଗି ନୀତି। ତେବେ ପ୍ରଶ୍ନ ଉଠୁଛି ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଏତେ ଦ୍ବନ୍ଦ୍ବ କାହିଁକି । ଏଭଳି ବିବାଦୀୟ ପରିସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ଆସନ୍ତା ୨୬ ତାରିଖ ବୁଧବାର ବନକଲାଗି କରିବାକୁ ନିଷ୍ପତ୍ତି ନେଇଛି। ଯଦି ଦତ୍ତ ମହାପାତ୍ର ସେବକ ଅସହଯୋଗ କରନ୍ତି, ସେମାନଙ୍କୁ ବାଦ୍‌ ଦେଇ ଦଇତାପତିଙ୍କ ଜରିଆରେ ବନକଲାଗି କରିବାକୁ ପ୍ରସ୍ତୁତି ଚଳାଇଥିବା ଶୁଣିବାକୁ ମିଳିଛି। ସେପଟେ ଦତ୍ତ ମହାପାତ୍ର ସେବକମାନେ କିନ୍ତୁ ଗୁରୁବାର ବନକଲାଗି କରିବାକୁ ନିଜ ଜିଦ୍‌ରେ ଆଜି ବି ଅଟଳ ରହିଛନ୍ତି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ଦତ୍ତ ମହାପାତ୍ର ସେବକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ କରି ସାରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପ୍ରତିବର୍ଷ ନୀଳାଦ୍ରି ବିଜେ ପରେ ପରେ ରତ୍ନ ସିଂହାସନର ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି ଅନୁଷ୍ଠିତ ହୋଇଥାଏ।

ପୂର୍ବରୁ ଗୁରୁବାର ବନକଲାଗି ହୋଇ ଆସୁଥିଲେ ବି ୨୦୧୮ ମସିହାରୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ବୁଧବାର ବନକଲାଗି ହୋଇ ଆସୁଛି। ଇଥିମଧ୍ୟରେ ୫ ବର୍ଷ ଅତିକ୍ରାନ୍ତ କରି ସାରିଥିଲେ ବି ନୀଳାଦ୍ରି ବିଜେ ପରେ ପରେ କେବେ ବନକଲାଗି ଗୁରୁବାରରେ ହେବ କି ବୁଧବାରରେ ହେବ, ତାକୁ ନେଇ ବିବାଦ ଦେଖାଦେଇନଥିଲା। କିନ୍ତୁ ଚଳିତବର୍ଷ ନୀଳାଦ୍ରି ପରେ ଏହି ବିବାଦ ଅଡ଼ୁଆ ସ୍ଥିତି ସୃଷ୍ଟିକରିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ବୁଧବାର ବନକଲାଗି ହେବା ନେଇ ନିଷ୍ପତ୍ତି ହୋଇଥିବା ଗଣମାଧ୍ୟମକୁ କହିଛନ୍ତି। କିନ୍ତୁ ଦତ୍ତ ମହାପାତ୍ର ସେବକ ସ୍ବତ୍ବଲିପିରେ ଗୁରୁବାର ବନକଲାଗି ହେବା ଉଲ୍ଲେଖ ରହିଛି ଓ ଆମେ ବନକଲାଗି ଗୁରୁବାରରେ କରିବୁ ବୋଲି ଜିଦ୍‌ ଧରିଛନ୍ତି। ଏହି ବାଦବିବାଦ ଭିତରେ ଆଜି ସକାଳୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦଇତାପତି ନିଯୋଗ ସହ ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଡାକିଥିଲେ। ଏହି ବୈଠକ ପରେ ବରିଷ୍ଠ ଦଇତାପତି ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ବୁଧବାର ସୁନିଶ୍ଚିତ ବନକଲାଗି ହେବ। ଏହା ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି। ପରେ ସନ୍ଧ୍ୟାରେ ବୁଧବାର କିଭଳି ବନକଲାଗି ହେବ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଅନ୍ୟମାନଙ୍କ ସହ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଦତ୍ତ ମହାପାତ୍ର ସେବକ ସଂଜୟ ଦତ୍ତ ମହାପାତ୍ର କହିଛନ୍ତି, ବନକଲାଗି କରିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଆମକୁ ଅବଗତ କରିବା କଥା। କାରଣ ବନକଲାଗି ପାଇଁ ଦିନକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼େ। କଇଁଥ ଅଠାକୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଗୁଣ୍ଡ କରି ବନକଲାଗି ରଙ୍ଗ ପ୍ରସ୍ତୁତ କରିବାକୁ ପଡ଼େ। ଏଥିପାଇଁ ସମୟ ଆବଶ୍ୟକ। କିନ୍ତୁ ହଠାତ୍‌ ବୁଧବାର ବନକଲାଗି କରିବାକୁ କହିଲେ, ଆମେ କିପରି କରିବୁ। ଆମେ ଗୁରୁବାର ବନକଲାଗି କରିବାକୁ ସ୍ବତ୍ବଲିପିରେ ଉଲ୍ଲେଖ ଥିବା ବାରମ୍ବାର କହି ଆସୁଛୁ ଓ ସେହି ଆଧାରରେ ଗୁରୁବାର ବନକଲାଗି କରିବାକୁ ଦାବି କରିଆସୁଛୁ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ଚାହୁଛି। ଯଦି ବୁଧବାର ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଚାହୁଛି, ଆମକୁ ଚିଠି କରିବା କଥା। ସେଭଳି କିଛି ଚିଠି କରାଯାଇନି। ଆଜି ସକାଳେ ଆମେ ଜିଲ୍ଲାପାଳଙ୍କୁ ଭେଟି ବନକଲାଗି ସମ୍ପର୍କରେ ଆଲୋଚନା କରିଥିଲୁ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମକୁ ବନକଲାଗି ସମ୍ପର୍କରେ କିଛି ଅବଗତ କରାଯାଇନି ବୋଲି ଶ୍ରୀ ଦତ୍ତ ମହାପାତ୍ର କହିଛନ୍ତି।

ଅନ୍ୟପଟେ ବନକଲାଗି ପାଇଁ ଆବଶ୍ୟକ ସାମଗ୍ରୀ କେବଳ ଦତ୍ତ ମହାପାତ୍ର ସେବକଙ୍କ ପାଖରେ ମିଳିବ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନୋଟିସ୍‌ର ଜବାବ ରଖି ସାରିଥିବା ଶ୍ରୀ ଦତ୍ତ ମହାପାତ୍ର କହିଛନ୍ତି, ଯଦି ଦଇତାପତିଙ୍କ ଜରିଆରେ ବନକଲାଗି କରାଯାଏ, ଆମେ ଆଇନର ଦ୍ବାରସ୍ଥ ହେବୁ ବୋଲି ସେ କହିଛନ୍ତି। ଅପରପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି, ମହାପ୍ରଭୁଙ୍କ ବନକଲାଗି ନୀତି ଦୀର୍ଘ ବର୍ଷ ହେଲା ବୁଧବାର ହୋଇଆସୁଛି। ଏ ବର୍ଷ ରଥଯାତ୍ରା ପରେ ଗତ ଜୁଲାଇ ୧୨ ବୁଧବାର ଦିନ ବନକଲାଗି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ତଥାପି ଦତ୍ତ ମହାପାତ୍ର ସେବକ ବନକଲାଗି ନ କରିବାରୁ ଗତ ଜୁଲାଇ ୧୮ ତାରିଖରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଡକାଯାଇଥିଲା। ଏଥିରେ ବରିଷ୍ଠ ସେବକମାନଙ୍କ ସହ ଦତ୍ତମହାପାତ୍ର ନିଯୋଗ ଉପସ୍ଥିତ ଥିଲେ। ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ବୁଧବାର ବନକଲାଗି ପାଇଁ ପ୍ରକୃଷ୍ଟ ଦିନ। ତଦନୁସାରେ ଜୁଲାଇ ୧୯ ତାରିଖ ବୁଧବାର ଦିନ ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗକୁ ଆଗୁଆ ଅବଗତ କରାଯାଇଥିଲା। କିନ୍ତୁ ଦତ୍ତମହାପାତ୍ର ନିଯୋଗ ବନକଲାଗି କରିନଥିଲେ। ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଯାହାର ଜବାବରେ ନିଯୋଗ ପକ୍ଷରୁ ଦାଖଲ କରାଯାଇଥିବା ଉତ୍ତର ସନ୍ତୋଷଜନକ ତଥା ଗ୍ରହଣୀୟ ନୁହେଁ। ଏଭଳି ସ୍ଥିତିରେ, ଆସନ୍ତା ୨୬ ତାରିଖ ବୁଧବାର ବନକଲାଗି କରିବା ପାଇଁ ଦତ୍ତମହାପାତ୍ର ନିଯୋଗକୁ ପୁଣିଥରେ ନିର୍ଦ୍ଦେଶ ଜାରି କରାଯାଇଛି। ଏହାର ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Tags: NULL
ShareTweetSendShare

RelatedNews

ଚଳିତବର୍ଷ ବେଶ୍‌ ଆଡ଼ମ୍ବରରେ ପାଳନ ହେବ ‘ଓଡ଼ିଆ ପକ୍ଷ’ : ସୂର୍ଯ୍ୟବଂଶୀ ସୂରଜ
Latest News

ଚଳିତବର୍ଷ ବେଶ୍‌ ଆଡ଼ମ୍ବରରେ ପାଳନ ହେବ ‘ଓଡ଼ିଆ ପକ୍ଷ’ : ସୂର୍ଯ୍ୟବଂଶୀ ସୂରଜ

ଔରଙ୍ଗଜେବଙ୍କ ସମାଧି ଭାଙ୍ଗିବା ଦାବିକୁ ନେଇ ମହାରାଷ୍ଟ୍ରରେ ଉତ୍ତେଜନା ବୃଦ୍ଧି ପାଉଛି
ଇତିହାସ ଏବଂ ସଂସ୍କୃତି

ଔରଙ୍ଗଜେବଙ୍କ ସମାଧି ଭାଙ୍ଗିବା ଦାବିକୁ ନେଇ ମହାରାଷ୍ଟ୍ରରେ ଉତ୍ତେଜନା ବୃଦ୍ଧି ପାଉଛି

ଆଦିବାସୀ ନୃତ୍ୟ କଳା ଓ ସଂଗୀତ  ଓଡିଶା ମାଟିକୁ ସମୃଦ୍ଧ କରିଛି – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଇତିହାସ ଏବଂ ସଂସ୍କୃତି

ଆଦିବାସୀ ନୃତ୍ୟ କଳା ଓ ସଂଗୀତ ଓଡିଶା ମାଟିକୁ ସମୃଦ୍ଧ କରିଛି – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଏରୋସ୍ପେସ ଇଞ୍ଜିନିୟରିଂରୁ ସନ୍ନ୍ୟାସୀ ବାବା ଅଭୟ ସିଂ
ଆଧ୍ୟାତ୍ମିକ

ଏରୋସ୍ପେସ ଇଞ୍ଜିନିୟରିଂରୁ ସନ୍ନ୍ୟାସୀ ବାବା ଅଭୟ ସିଂ

ବୀର ବାଲ ଦିବସରେ ନୋଏଡା ଠାରେ ଆରଏସଏସ ଦ୍ୱାରା ଆୟୋଜିତ ପଥ ଗତିବିଧି ସଂଚାଳନ
ଇତିହାସ ଏବଂ ସଂସ୍କୃତି

ବୀର ବାଲ ଦିବସରେ ନୋଏଡା ଠାରେ ଆରଏସଏସ ଦ୍ୱାରା ଆୟୋଜିତ ପଥ ଗତିବିଧି ସଂଚାଳନ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.