ନ୍ୟୁଜ ୩୬୫ (ବ୍ୟୁରୋ):ଆଜିକାଲି ସୁନ୍ଦର ଦେଖାଯିବା ପାଇଁ କିଏ ବା ନଚାହେଁ । ସୁନ୍ଦର ଚେହେରା ପାଇଁ ସମସ୍ତେ ପାଗଳ । ସୁନ୍ଦର ଦେଖାଯିବା ପାଇଁ ଯୁବତୀ ମାନେ ଅନେକ ଉପାୟ ଆଣେଇଥାନ୍ତି । ଏଥିପାଇଁ ଝିଅମାନେ ପ।ର୍ଲର ଠାରୁ ଆରମ୍ଭ କରି ବଡ଼ ବଡ଼ ମେକପ ଆର୍ଟିଷ୍ଟଙ୍କ ପାଖକୁ ଯାଇ ନିଜ ମୁହଁର ମେକପ ପାଇଁ ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି ।ହେଲେ ଆଜି ଆମେ ଆପଣଙ୍କୁ ଗୋଟେ ଚୁଟ୍କିରେ ସୁନ୍ଦର ହେବାର ତରିକା ବତାଇବୁ । ଆପଣ ଜାଣନ୍ତି କି ଖରା ଦିନ ଅପେକ୍ଷା ଅନ୍ୟ ଋତୁମାନଙ୍କରେ ତ୍ବଚା ଟିକେ ମଳିନ ଦିଶିଥାଏ। ରୁକ୍ଷ ଦିଶିବା ସହ ରଂଗ ମଧ୍ୟ କମ୍ ଲାଗିଥାଏ। ଏହା ପଛରେ ଅନେକ କାରଣ ଅଛି। ବରାବର ପାଣି ସଂସ୍ପର୍ଶରେ ନ ଆସିବା ଏବଂ ପ୍ରଚୁର ପରିମାଣର ପାଣି ନ ପିଇବା କାରଣରୁ ତ୍ବଚା ମଳିନ ଦିଶିଥାଏ। ଖାଲି ସେତିକି ନୁହେଁ, ଶୀତ ଦିନେ କିମ୍ବା ବର୍ଷା ଦିନେ ଶରୀରରୁ ଝାଳ ମଧ୍ୟ ବାହାରି ନଥାଏ। ଶରୀରରୁ ଯେତେ ଝାଳ ବାହାରେ ତାହା ତ୍ବଚା ପାଇଁ ସେତେ ଭଲ ହୋଇଥାଏ। ଝାଳ ବାହାରିଲେ ତ୍ବଚା ଉଜ୍ଜ୍ବଳ ଦିଶେ। ଏହାସହ ମୁହଁରେ ମଝିରେ ମଝିରେ ବରଫ ଘଷନ୍ତୁ। ଏପରି କରିବା ଦ୍ବାରା ତ୍ବଚା ନରମ ରହିଥାଏ।
ଏହାସହ ଆପଣ ଏସିରେ ବସୁଛନ୍ତି କି ? ଏସିରେ ବସିବା ଦ୍ୱାରା ତ୍ୱଚା ନରମ ହେବା ସହ ଅଧିକ ସୁନ୍ଦର ଦିଶିଥାଏ । ତେଣୁ ଏସି ଆମ ତ୍ୱଚା ପାଇଁ ବହୁତ ଜରୁରୀ । ଶାଲି ଏତିକି ନୁହେଁ ଗାଧୋଇବା ପୂର୍ବରୁ ଦେହରେ ଓ ମୁହଁରେ ମହୁ ମାଲିସ୍ କରି ଗାଧାନ୍ତୁ। ଏହା ସଂସାରର ସବୁଠାରୁ ଭଲ ବଡି ଲୋସନ। ଗାଧୋଇବା ପୂର୍ବରୁ ମହୁ ଲଗାଇ ଗାଧୋଇଲେ ଆପଣଙ୍କୁ ବଡି ଲୋସନର ବି ଆବଶ୍ୟକତା ପଡ଼ିବ ନାହିଁ। ସେହିପରି ରାତିରେ ଶୋଇବା ସମୟରେ ନାହିରେ ନଡ଼ିଆ ତେଲ ଲଗାଇ ଶୁଅନ୍ତୁ, ଆପଣଙ୍କ ମୁଖମଣ୍ଡଳ ଉଜ୍ଜ୍ବଳ ଦିଶିବ।