ନ୍ୟୁଜ 365 (ବ୍ୟୁରୋ): ଶତ୍ରୁର ୧୭ଟି ଗୁଳି ବାଜିବା ପରେ ବି ମୃତ୍ୟୁ ଛୁଇଁ ପାରିନଥିଲା ତାଙ୍କୁ, ମାତ୍ ଦେଇଥିଲେ ପାକିସ୍ତାନୀ ସେନାକୁ ,ଟାଇଗର ହିଲ୍ସ ଉପରେ କରିଥିଲେ କବଜା। ଫରଫର ହୋଇ ଉଡିଥିଲା ଭାରତର ତ୍ରିରଙ୍ଗା, ସେମିତି ଜଣେ ବୀର ଯୋଦ୍ଧା, କାରଗିଲ୍ ଯୁଦ୍ଧରେ ସମୟରେ ଯବାନଙ୍କ ଶିରା ପ୍ରଶିରାରେ ଭରିରଥିବା ଦେଶପ୍ରେମ ତାଙ୍କୁ ମୃତ୍ୟୁ ସହ ଲଢେଇ କରିବାକୁ ସାହସ ଦେଇଥିଲା ସେ ଏକା ପାକିସ୍ତାନ ସହ ଲଢେଇ କରି ସେମାନଙ୍କୁ ମାରି ଟାଇଗର ହିଲରେ ପାକିସ୍ତାନର ୩ଟି ବଙ୍କର ଉପରେ କବଜା କରିଥିଲେ । ତାଙ୍କ ସାହାସ ଓ ବୀରତ୍ହକୁ ସମ୍ମାନ ଜଣାଇ ତାଙ୍କୁ ପରମବୀର ଚକ୍ର ମିଳିଥିଲା। ସେ ଥିଲେ ପରମବୀର ଯୋଗେନ୍ଦ୍ର ସିଂହ ଯାଦବ। ଆଉ ଦିନ କେଇଟା ପରେ କାର୍ଗିଲ ବିଜୟ ଦିବସ,ଅପରେସନ ବିଜୟର ସେ ଥିଲେ ପ୍ରମୁଖ ନାୟକ,କାର୍ଗିଲ ହିରୋ। ଗୁଳି ବାଜିବା ପରେ ମଧ୍ୟ ଯୋଗନ୍ଦ୍ର ମଧ୍ୟ ମୃତ୍ୟୁ ସହ ସଂଗ୍ରାମ କରି ପାକିସ୍ତାନ ସୈନ୍ୟଙ୍କୁ ମାରିଥିଲେ। ଶତ୍ରୁକୁ ପଛକୁ ହଟିବାକୁ ବାଧ୍ୟ କରିଦେଇଥିଲେ।
୧୯୮0 ମସିହା ମେ ମାସ ୧୦ ଉତ୍ତରପ୍ରଦେଶ, ବୁଲନ୍ଦସହରର ଓରାଙ୍ଗବାଦରେ ଜନ୍ମ ହୋଇଥିଲେ ଯୋଗେନ୍ଦ୍ର ସିଂ ଯାଦବ,ସବୁଠୁ କମ୍ ବୟସରେ ପରମବୀର ଚକ୍ର ପାଇଥିବା ସୈନିକ ଥିଲେ ଯୋଗେନ୍ଦ୍ର,୧୯ ବର୍ଷ ବୟସରେ ୧୯୯୯ ମସିହାରେ କାରର୍ଗିଲ ଯୁଦ୍ଧରେ ସେ ଅପ୍ରତିମ ପରାକାଷ୍ଠା ଦେଖାଇଥିଲେ। ଯୋଗେନ୍ଦ୍ରଙ୍କ ବାପା ମଧ୍ୟ ସେନାରେ ଥିଲେ। ସେ ୧୯୬୫ ଓ ୧୯୭୧ ଯୁଦ୍ଧକୁ ଅଙ୍ଗେ ଲିଭାଇ ଥିଲେ। ସେ ତାଙ୍କ ପିଲାଙ୍କୁ ମଧ୍ୟ ସେହି କାହାଣୀ ଶୁଣାଇଥିଲେ। ବାପାଙ୍କଠୁ ଯବାନଙ୍କ କାହାଣୀ ଶୁଣି ଯୋଗେନ୍ଦ୍ର ବି ସେନାରେ ଭର୍ତ୍ତି ହେବାକୁ ଚାହଁଥିଲେ। ମାତ୍ର ୧୭ ବର୍ଷ ବୟସରେ ଯୋଗେନ୍ଦ୍ରଙ୍କୁ ସେନାରେ ଚାକିରି ମିଳିଥିଲା। ସେ ୧୯୯୭ରେ ସେନାରେ ଚାକିରି ଆରମ୍ଭ କରି ଦେଇଥିଲେ। ବିବାହର ୧୫ ଦିନ ପରେ ଅର୍ଥାତ ମେ ୨୦, ୧୯୯୯ରେ ତାଙ୍କୁ ବର୍ଡରକୁ ଯିବାକୁ ଚିଠି ଆସିଥିଲା। ନବ ବିବାହିତ ପତ୍ନୀଙ୍କୁ ସେ ଛାଡ଼ି ବର୍ଡ଼ରକୁ ଯାଇଥିଲେ।ସେତେବେଳକୁ କାରଗିଲ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଯୋଗେନ୍ଦ୍ର ୧୯ ଗ୍ରିନେଡିୟର୍ସ କମାଣ୍ଡୋ ପଲଟନ ‘ଘାତକ’ ପରିଚାଳନା କରୁଥିଲେ। ଜୁନ ୨୨ରେ ଯୋଗେନ୍ଦ୍ରଙ୍କୁ ତୋଲଲିଙ୍ଗ ପାହାଡ଼କୁ ପଠାଯାଇଥିଲା। ତୋଲଲିଙ୍ଗରେ ୨୨ ଦିନ ଯୁଦ୍ଧ ପରେ ତୋଲଲିଙ୍ଗରେ ଭାରତକୁ ବିଜୟ ମିଳିଥିଲା। ଏହାପରେ ତାଙ୍କୁ ଟାଇଗର ହିଲ୍ସ ଉପରକୁ ଯିବାକୁ ଅର୍ଡର ମିଳିଥିଲା।
ପାହାଡ଼ରେ ଶିଖରରେ ଶତ୍ରୁ ବସି ରହିଥିଲେ। ଅସହ୍ୟ ଶୀତ ମଧ୍ୟ ହେଉଥିଲା। ହେଲେ ଭାରତକୁ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବାର ଥିଲା। ପାହାଡ଼ର ଶୀର୍ଷରେ ପାକିସ୍ତାନ ଅନୁପ୍ରବେଶକାର ରହିଥିବାରୁ ସେମାନଙ୍କ ସହ ଲଢ଼ିବା ଭାରତୀୟ ସେନାଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା।ସେଥିଲାଗି ଯୋଗେନ୍ଦ୍ରଙ୍କ ଟିମ୍ ରାତିରେ ପାହାଡ଼ ଚଢ଼ିବା ଆରମ୍ଭ କରିଥିଲେ। ଯୋଗେନ୍ଦ୍ରଙ୍କ ଆଖି ସାମ୍ନାରେ ତାଙ୍କର ଅନେକ ସାଥୀ ସହିଦ ହୋଇଗଲେ। ଯୋଗେନ୍ଦ୍ରଙ୍କର ଗୋଟିଏ ହାତବି ଭାଙ୍ଗି ଯାଇଥିଲା। ହେଲେ ସେ ହର ମାନିନଥିଲେ। ଯୋଗେନ୍ଦ୍ର କୁହନ୍ତି କାରର୍ଗିଲ ଯୁଦ୍ଧବେଳେ ପରିସ୍ଥିତି ଜଟିଳ ଥିଲା ୧୬,୫୦୦ ଫୁଟ ବିଶିଷ୍ଟ ଟାଇଗର ହିଲ ,ବରଫାବୁତ ଥିଲା। ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍ ଥିଲା। ପାକିସ୍ତାନ ସେନା ଉଚ୍ଚରେ ଥିଲେ ,ଦିନରେ ପାହାଡ ଚଢିଲେ ପାକ ସେନା କାଳେ ଦେଖିଦେବେ ସେଥିଲାଗି ରାତିରେ ଚଢୁଥିଲେ। ତାଙ୍କ ଛାତିରେ୧୭ଟି ଗୁଳି ବାଜିଥିଲା। ଅଚେତ ଅବସ୍ତାରେ ତାଙ୍କ ପାଦ ବାଜିଥିଲା ପାକିସ୍ତାନ ସୈନ୍ୟଙ୍କ ପାଦ ସହ ହଠାତ୍ ସେ ଆସିଥିଲେ ହୋସକୁ ।
ପାକିସ୍ତାନ ସୈନ୍ୟ ଅସ୍ତ୍ରଶସ୍ତ୍ର ଛଡାଇନେଇଥିଲା,ସେ ଖାତିର ନକରି ପାକିସ୍ତାନର ୩ଟି ବଙ୍କର ଉପରେ କବଜା କରିଥିଲେ। ପରମବୀର ଯୋଗେନ୍ଦ୍ର କୁହନ୍ତି କେବଳ ଯବାନ ହିଁ ନୁହେଁ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସୈନିକ, ଯିଏ ଦେଶ ପାଇଁ କିଛି କରୁଛନ୍ତି,ତାଙ୍କୁ ଭଗବାନ ମାତୃଭୂମିର ସେବା ପାଇଁ ସୁଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀଙ୍କ ୧୨୬ତମ ଜୟନ୍ତୀରେ ୨୨ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମିତ କରିଥିଲେ ଆଣ୍ଡାମାନର ୨୧ ଦ୍ୱୀପ। ଯାହା ବୀରଙ୍କ ଗାଥା ଗାଉଛି। ଅଦମ୍ୟ ସାହାସ ଯୋଗୁଁ ମାତ୍ର ୧୯ ବର୍ଷ ବୟସରେ ସେ ପରମବୀର ଚକ୍ରରେ ସମ୍ମାନିତ ହୋଇଥିଲେ। ତାଙ୍କ ତ୍ୟାଗ ବଳିଦାନ ଅସିମ ସାହାସ, ଆଜି ବି ଦେଶ ମାତୃକାର ସେବା କରିବାକୁ ପ୍ରେରଣା ଯୋଗାଉଛି । ଆଜି ବି ଏମାଟି ଗାଉଛି ବୀରତ୍ବ ଗାଥା।