ନ୍ୟୁଜ୍ 365(ବ୍ୟୁରୋ); ଦେଶ ପାଳୁଛି ୨୪ ତମ କାର୍ଗିଲ ବିଜୟ ଦିବସ । ୧୯୯୯ ମସିହା ମେ ମାସ ଆଣି ଦେଇଥିଲା ଏକ ଅପୂରଣୀୟ କ୍ଷତି । ଭାରତ ଓ
ପାକିସ୍ତାନ ମଧ୍ୟରେ ଜାମ୍ମୁ-କାଶ୍ମୀରର କାର୍ଗିଲ ଜିଲ୍ଲାରେ ହୋଇଥିବା ଯୁଦ୍ଧ ଭାରତ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇରହିଗଲା, ଭାରତ ପିନ୍ଧିଥିଲା ବୀଜୟର ଟିକା । । ଏହି ଯୁଦ୍ଧର ନା ରଖାଯାଇଥିଲା ଅପରେସନ୍ ବିଜୟ । ଏହି ଅପରେଶନ ବିଜୟରେ ଦେଶ ହରାଇଥିଲା ତାର ଅନେକ ବୀର ପୁତ୍ରଙ୍କୁ, ଆଉ ଅନେକ ଜବାନ ହୋଇଥିଲେ
ଗୁରୁତର ଆହାତ । ସେହି ବୀରପୁତ୍ରଙ୍କ ବଳିଦାନ ଭାରତ ମାକୁ ପିନ୍ଧାଇଥିଲା ବୀଜୟର ଟିକା । ଦୀର୍ଘ ୨୪ବର୍ଷ ହେବ ଦେଶ ତାର ବୀରପୁତ୍ରଙ୍କୁ ମନେପକାଇବା ପାଇଁ ଆଜିର ଦିନକୁ କାରଗିଲ୍ ୱାର ମେମୋରିଆଲରେ ବିଜୟ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଉଛି ।
ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି । ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି । ସେପଟେ ଲଦାଖରେ ଆରମ୍ଭ ହୋଇଛି କାରଗିଲ ବିଜୟ ଦିବସ ପାଳନ । ଡ୍ରାସରେ ଏହି ଦୁଇ ଦିନିଆ ବିଜୟ ଦିବସ ପାଳନ କରାଯାଉଛି । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଦନ ଆର୍ମି କମାଣ୍ଡର ଲେଫଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଯୋଗଦେଇଛନ୍ତି । ଡ୍ରାସର ଲାମଚେନ୍ ଭିଉ ପଏଣ୍ଟରେ ଏହି ବିଜୟ ଦିବସ ପାଳନ କରାଯାଉଛି । ଏଥିରେ ସହୀଦ ବୀର ଯବାନଙ୍କ ପରିବାର ବର୍ଗ ଯୋଗଦେଇ ସ୍ମୃତି ଚାରଣ କରିଥିଲେ ।