ନ୍ୟୁଜ 365(ବ୍ୟୁରୋ): ଅଶୀ ଦଶକର ନାସନାଲ କ୍ରସ ତଥା ଅମିତାଭଙ୍କ ଗର୍ଲଫ୍ରେଣ୍ଡ ରେଖାଙ୍କୁ ନେଇ ବଲିଉଡରେ ଥିଲା ବଡ଼ କ୍ରେଜ୍। ବଲିଉଡରେ ରେଖାଙ୍କର ରହିଛି ଅନେକ ଲୋକପ୍ରିୟ ଚଳଚ୍ଚିତ୍ର। ଏହା ବାଦେ ନିଜ ଫ୍ୟାଶନ୍ ଏବଂ ଷ୍ଟାଇଲ୍ ପାଇଁ ମଧ୍ୟ ବେଶ୍ ଜଣାଶୁଣା ରେଖା। କିନ୍ତୁ, ବ୍ୟକ୍ତିଗତ ଜୀବନକୁ ନେଇ ସେ ସବୁବେଳେ ବିବାଦରେ ରହିଆସିଛନ୍ତି। ପ୍ରେମରୁ ନେଇ ବିବାହ ପର୍ଯ୍ୟନ୍ତ ରେଖାଙ୍କ ଜୀବନରେ ଅନେକ ରହସ୍ୟ ରହିଛି। ଅମିତାଭ ବଚ୍ଚନଙ୍କ ସହ ତାଙ୍କ ରିଲେସନସିପକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ହେଲେ ଆପଣ ଜାଣନ୍ତି କି ନିଜର ମଦିଳା ସେକ୍ରେଟାରୀଙ୍କ ସହ ଲିଭ୍-ଇନରେ ରହୁଛନ୍ତି ରେଖା। ଯାହା ବାୟୋଗ୍ରାଫିରେ ନଜର ଆସିବା ପରେ ହୋଇଛି ବଡ଼ ଖୁଲାସା।
ଦ ଅନଟୋଲ୍ଡ ଷ୍ଟୋରୀ’ରେ କରାଯାଇଥିବା ଦାବି ଅନୁସାରେ ରେଖାଙ୍କର ତାଙ୍କ ସେକ୍ରେଟେରୀ ଫରଜାନାଙ୍କ ସହ ଅତି ନିବିଡ଼ ସମ୍ପର୍କ ରହିଛି। ଏହି ବାୟୋଗ୍ରାଫିକୁ ୟାସିର ଉସମାନ ଲେଖିଛନ୍ତି। ସେ ଲେଖିଛନ୍ତି, ରେଖା ତାଙ୍କ ମହିଳା ସଚିବଙ୍କ ସହ ଲିଭ୍-ଇନରେ ରହନ୍ତି। ରେଖାଙ୍କ ସଚିବଙ୍କ ନାମ ଫରଜାନା, ଯିଏ ରେଖାଙ୍କ ସହ ଛାଇ ପରି ସବୁବେଳେ ରହନ୍ତି। ପ୍ରତ୍ୟେକ ଇଭେଣ୍ଟ, ପାର୍ଟୀ ଏବଂ ପ୍ରୋଗ୍ରାମରେ ଅଭିନେତ୍ରୀଙ୍କ ସହ ଫରଜାନାଙ୍କୁ ଦେଖିବାକୁ ମିଳିଥାଏ। ୟାସିର ଉସମାନଙ୍କ ପୁସ୍ତକରେ ଆହୁରି ଦାବି କରାଯାଇଛି ଯେ, କେବଳ ଫରଜାନାଙ୍କୁ ହିଁ ରେଖାଙ୍କ ଶୋଇବା ଘରକୁ ପ୍ରବେଶ ଅନୁମତି ମିଳିଛି। ଫରଜାନା ପୂର୍ବରୁ ରେଖାଙ୍କ ହେୟାର ଡ୍ରେସର ଥିଲେ। ଏହି କାମ ପାଇଁ ସେ ଅଭିନେତ୍ରୀଙ୍କ ସହ ଜଡିତ ଥିଲେ, କିନ୍ତୁ ଧୀରେ ଧୀରେ ସେମାନଙ୍କ ସମ୍ପର୍କ ଗଭୀର ହୋଇଥିଲା। ଏହା ପରେ ରେଖା ତାଙ୍କୁ ସେକ୍ରେଟେରୀ କରିଥିଲେ। କୁହାଯାଏ ଯେ, ଯଦି କେହି ରେଖାଙ୍କୁ ଭେଟିବାକୁ ଚାହାଁନ୍ତି, ତେବେ ତାଙ୍କୁ ପ୍ରଥମେ ଫରଜାନାଙ୍କଠାରୁ ଅନୁମତି ନେବାକୁ ପଡେ। ରେଖା ଏବଂ ଫରଜାନାଙ୍କ ସମ୍ପର୍କକୁ ନେଇ ଅନେକ ଥର ପ୍ରଶ୍ନ କରାଯାଇଛି। ହେଲେ ଏନେଇ କେବେ ବି ଉତ୍ତର ରଖିନାହାନ୍ତି ରେଖା।