ଗୋଟିଏ ଦିନରେ ଆସିଲା ଦୁଇଟି ରାୟ, ବହୁଚର୍ଚ୍ଚିତ କେନ୍ଦୁଝର ନାବାଳିକା ଦୁଷ୍ମର୍ମକାରୀକୁ କୋର୍ଟଙ୍କ ଦଣ୍ଡାଦେଶ । ଅଭିଯୁକ୍ତ ବିଜୟ କୁମାର ମହାରଣାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କେନ୍ଦୁଝର ପୋକ୍ସୋ କୋର୍ଟ । ଏହା ସହିତ ପୀଡିତାକୁ ସରକାରୀ ଅନୁକମ୍ପା ମୂଳକ ୭ଲକ୍ଷ ୫୦ ହଜାର ଟଙ୍କାର ନିର୍ଦ୍ଦେଶ ଦେଇଛନ୍ତି କେନ୍ଦୁଝର ପୋକ୍ସୋ କୋର୍ଟ । ୨୦୧୭ ମସିହା ବଡ଼ବିଲ ଥାନା ଅଞ୍ଚଳରେ ଘଟିଥିଲା ଏହି ହୃଦୟ ବିଦାରକ ଘଟଣା ନାବାଳିକା ବଜାର ଯାଉଥିବା ସମୟରେ ଘଟିଥିଲା ।
୩ ଜଣ ଦୁର୍ବୁତ୍ତ ତାଙ୍କୁ ରାସ୍ତାରୁ ଏକ ଗାଡିରେ ଯୋରଜବକରଦସ୍ତ ନିକଟସ୍ଥ ଜଙ୍ଗଲକୁ ଉଠାଇନେଇଥିଲେ । ପରେ ଗଣଦୁଷ୍କର୍ମ କରିଥିଲେ । କୌଶଳକ୍ରମେ ନାବାଳିକା ଜଣକ ଦୁଷ୍କର୍ମକାରୀଙ୍କ କବଳରୁ ଖସି ଆସିବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଘରେପହଁଞ୍ଚି ଥିଲେ । ପରେ ପରିବାର ଲୋକେ ଥାନାର ଦ୍ବାରସ୍ତ ହୋଇଥଲେ ମାମଲା କୋର୍ଟ ପହଁଞ୍ଚିଥିଲା । ଦୀର୍ଘ ୫ବର୍ଷ ପରେ ପୀଡିତାଙ୍କୁ ନ୍ୟାୟ ମିଳିଛି । ୧୪ ଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତି କରି ମୁଖ୍ୟ ଅଭିଯୁକ୍ତ ବିଜୟ କୁମାର ମହାରଣାକୁ ପୋକ୍ସୋ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ଏବେବି ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି ବୋଲି ସରକାରୀ ଓକିଲ ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।
ସେହିପରି ଫୁଲବାଣୀ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଅନ୍ୟ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୫ ବର୍ଷ ଜେଲ୍ଦଣ୍ଡ ଶୁଣାଇଛନ୍ତି। ଦୋଷୀ ବିଜୟ ନାୟକକୁ ଏହି ଦଣ୍ଡାଦେଶ ହୋଇଛି। କୋର୍ଟ ପୀଡ଼ିତାକୁ କ୍ଷତିପୂରଣ ବାବଦକୁ ୭ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୦ରେ ଜି.ଉଦୟଗିରି ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା ।