ଆଜି ହେଉଛି ବିଶ୍ବ ଆଇ ଭି ଏଫ୍ ବା ମମତାର ଦିବସ । ଏହି ଦିନ ହେୁଉଛି ମାତୃତ୍ୱ ପାଇଁ ବରଦାନ ଭିଟ୍ରୋ ଫର୍ଟିଲାଇଜେସନ୍ ବା ଟେଷ୍ଟ ଟ୍ୟୁବ ବେବି ହେଉଛି ଶରୀର ଭିତରେ ପ୍ରାକୃତିକ ଭାବେ ହେଉଥିବା ଫର୍ଟିଲାଇଜେସନ୍କୁ ଲାବରୋଟରୀ ଭିତରେ ଟେଷ୍ଟ କରାଯାଇ ଗର୍ଘଧାରଣ ପାଇଁ ଭୃଣ ପ୍ରସ୍ତୁତ କରାଯାଇଥାଏ । ପରେ ଏହି ଭୃଣକୁ ଗର୍ଭାଶୟରେ ସୁରକ୍ଷିତ ଭାବେ ରଖାଯାଇଥାଏ । ଯାହାକୁ ସାଧାରଣରେ ଆପଣ ମାନେ କହିଥାନ୍ତି ଟେଷ୍ଟ ଟ୍ୟୁବ ବେବି । ଶହଶହ ଦମ୍ପତି ଏପରି ଅଛନ୍ତି ଯାହାର କୈାଣସି କାରଣ ଯୋଗୁ ସେ ମା, ବାପା ହେବାର ସୌଭାଗ୍ୟରୁ ବଞ୍ଚିତ ହେଉଥିଲେ । କିନ୍ତୁ ଏବେ ଏପରି ସମସ୍ୟାର ସମାଧାନ ହୋଇ ପାରିଛି ।
ବିଶ୍ୱ IVF ଦିବସରେ ବହୁ ସନ୍ତାନହୀନ ଦମ୍ପତ୍ତିଙ୍କ ପାଇଁ ଏକ ନୂଆ ଆଶା କରା ଆଲୋକ ବୋଲି ଆଶା ରଖାଯାଇଛି । ଯେଉଁ ମାନେ ଅନ୍ୟ ଚିକିତ୍ସା ଦ୍ବାରା ଅସଫଳ ହୋଇଛନ୍ତି ଶେଷରେ IVF ଦ୍ୱାରା ହିଁ ସନ୍ତାନ ପ୍ରାପ୍ତ କରିପାରିଛନ୍ତି ତେଣୁ ମମତା ଦିୁବସ ଭାଗବରେ ଏହି ଦିନକୁ ପାଳନ କରାଯାଏ । ଅଧିକ ବୟସରେ ବିବାହ ଏବଂ ସନ୍ତାନ ପାଇଁ ପ୍ରସ୍ତୁତି UNHEALTHY LIFE STYLE, CARRIERକୁ ଅଧିକ ଗୁରୁତ୍ୱ ଦେଉଥିବା ଆଦି ବ୍ୟବାହାର ଯୋଗୁଁ IVFର ଆବଶ୍ୟକତା ଦିନକୁ ଦିନ ବଢିଚାଲିଛି । ଇଞ୍ଜେକସନ୍ ମାଧ୍ୟମରେ ହେଉଛି କହି IVFକୁ ସମାଲୋଚନା କରୁଥିବା ସମାଜକୁ ଏଡାଇ IVF ସନ୍ତାନହୀନ ଦମ୍ପତ୍ତିକୁ ସନ୍ତାନ ହେବାର ଏକ ଆଶିର୍ବାଦ ରୂପେ ସାବ୍ୟସ୍ତ ହୋଇଛି । ତେଣୁ ଜୁଲାଇ ୨୫ ସମଗ୍ର ବିଶ୍ୱରେ ପାଳନ ହେଉଛି ବିଶ୍ବ ଆଇଭିଏଫ ଦିବସ ବା ମମତା ଦିବସ ।