ନ୍ୟୁଜ 365 (ବ୍ୟୁରୋ) ଦିଲ୍ଲୀବାସୀଙ୍କ ପାଇଁ ଏବେ ଅସହ୍ୟ ହୋଇପଡ଼ିଛି ଯମୁନା ନଦୀର ଜଳ । ଚାରି ଆଡେ ଖାଲି ପାଣି ହିଁ ପାଣି । ପାଣି ଭିତରେ ଉବୁଟୁବୁ ହେଉଛି ରାଜଧାନୀ ଦିଲ୍ଲୀ। ଗର୍ଜୁଛି ଜମୁନା ନଦୀ। ହସ୍ତିନାକୁଣ୍ଡ ବ୍ୟାରେଜରୁ ଲଗାତାର ପ୍ରତି ସେକେଣ୍ଡରେ ଏକ ଲକ୍ଷ ଘନ ମିଟରରୁ ଅଧିକ ଜଳ ନିର୍ଗତ ହେଉଛି । ଶନିବାର ପ୍ରତି ସେକେ ଣ୍ଡରେ ଦୁଇ ଲକ୍ଷ ଘନ ମିଟରରୁ ଅଧିକ ଜଳ ନିର୍ଗତ ହୋଇଥିଲା। ତେବେ କୁହାଯାଉଛି ଯେ, ଯହି ଜଳସ୍ତର ୨୦୬.୦୭ମିଟର ପର୍ୟ୍ୟନ୍ତ ବଢେ ତେବେ ଯମୁନାରେ ପୁଣି ଏକ ବଡ ଧରଣର ବନ୍ୟା ସୃଷ୍ଟି ହୋଇପାରେ ।ଅନ୍ୟପକ୍ଷେ ନୋଏଡା ଏବଂ ଗାଜିଆବାଦରେ ହିନ୍ଦନ ନଦୀରେ ଜଳସ୍ତର କ୍ରମାବତ ଭାବରେ ବୃଦ୍ଧି ପାଉଛି ଦିଲ୍ଲୀରେ ପୁଣିଥରେ ବିପଦ ସଂକେତ ଅତିକ୍ରମ କଲା ଯମୁନା ନଦୀର ଜଳସ୍ତର। ରବିବାର ସକାଳ ସୁଦ୍ଧା ନଦୀର ଜଳସ୍ତର ୨୦୫.୯୦ ମିଟର ଥିବା ବେଳେ ଆଜି ସକାଳୁ ଏହା ୨୦୬.୪୦ ମିଟରକୁ ବୃଦ୍ଧି ପାଇଛି।