ନ୍ୟୁଜ ୩୬୫ (ବ୍ୟୁରୋ): କ୍ୟାନସର ଏକ ଗମ୍ଭୀର ଏବଂ ମାରାତ୍ମକ ରୋଗ । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା କରାନଯାଏ ତେବେ ମଣିଷ ପାଇଁ ଏହା କାଳ ସାଜେ । ହେଲେ ଆପଣ ମାନେ ଜାଣନ୍ତି କି କ୍ୟାନସର ରୋଗ ଚିକିତ୍ସା ସମୟରେ କେଶ ଝଡେ କାହିଁକି ? କେଶ ଝଡିବାର ପ୍ରମୁଖ କାରଣ ହେଉଛି କେମୋଥେରାପୀ । କେମୋ ଶରୀରରେ ଦ୍ରୁତ ଗତିରେ ବଢୁଥିବା କ୍ୟାନସର କୋଷିକାକୁ ଟାର୍ଗେଟ୍ କରିଥାଏ । ଏହା ଆମ କେଶର ମୂଳକୁ କ୍ଷତି ପହଞ୍ଚାଇଥାଏ ଯାହା ଫଳରେ କେଶ ଝଡିଥାଏ ।ଏହା ବ୍ୟତୀତ ରେଡିଏସନ୍ ଥେରାପୀ ବି ବେଳେବେଳେ କେଶ ଉପୁଡିବାର କାରଣ ହୋଇଥାଏ । ଯେତେବେଳେ ଏହାର ଉପଯୋଗ ମୁଣ୍ଡ ଓ ବେକ କ୍ୟାନସରର ଚିକିତ୍ସା ଲାଗି କରାଯାଏ । ଏହା ଏହି ଦିଗ ଉପରେ ନିର୍ଭର କରିଥାଏ ଯେଉଁଠାରେ ରେଡିଏସନ୍ ଦିଆଯାଇଥାଏ ।
ହେଲେ ସମସ୍ତ କେମୋଥେରାପୀ ରୋଗୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଇନଥାଏ । କାରଣ ସମସ୍ତ କେମୋଥେରାପୀ ମେଡିସିନ୍ କାରଣରୁ କେଶ ଝଡି ନଥାଏ ବରଂ ବିଭିନ୍ନ ପ୍ରକାର ମେଡିସିନର ପ୍ରଭାବ କେଶ ଉପରେ ଅଲଗା ଅଲଗା ଭାବେ ପ୍ରଭାବ ପକାଇଥାଏ । ଯେପରିକି ବ୍ରେଷ୍ଟ କ୍ୟାନସରର ଉପଚାରରେ କେମୋଥେରାପୀ ନେବା ସମୟରେ କେଶ ନିଶ୍ଚୟ ଝଡିବ । ଏହି ପ୍ରକାର କେମୋଥେରାପୀ ସମୟରେ କ୍ୟାନସର ମେଡିସିନରେ ଏକ ବିଶିଷ୍ଟ ମିଶ୍ରଣର ଉପଯୋଗ କରାଯାଏ । କ୍ୟାନସର ଚିକିତ୍ସା ସମୟରେରେ କେଶ ଝଡିବା ସହିତ କେଶ ପତଳା ଏବଂ ଚନ୍ଦାପଣ ଭଳି ସମସ୍ୟା ଦେଖାଦେଇଥାଏ ।
କେମୋଥେରାପୀ ଚିକିତ୍ସାର ୩ ସପ୍ତାହ ପରେ ଏହି କେଶ ଝଡିବା ସମସ୍ୟା ଦେଖାଦେଇଥାଏ । ହେଲେ କେମୋଥେରାପୀ ଦ୍ୱାରା ଆପଣ ସବୁଦିନ ପାଇଁ କେଶ ହରାଇ ନଥାନ୍ତି । ଚିକିତ୍ସା ସମାପ୍ତ ହେବାର ପ୍ରାୟତଃ ୩ରୁ ୫ ମାସ ଭିତରେ ପୁଣି ଆପଣଙ୍କ ମୁଣ୍ଡରେ କେଶ ଉଠିଥାଏ । ଏହି ସମୟରେ କେଶର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ଯେପରିକି କୌଣସି ପ୍ରକାରର କଲର ଏବଂ ହିଟିଂ ଉପକରଣ ବି କେଶରେ ଲଗାଇବା ଉଚିତ୍ ନୁହେଁ ।