ନ୍ୟୁଜ 365 (ବ୍ୟୁରୋ): ୨୦୨୧ ଓଡିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ ଉପରେ ହାଇକୋର୍ଟ
ଲଗାଇଲେ ଅନ୍ତରୀଣ ଅଙ୍କୁଶ । ବିନା ଅନୁମତିରେ ଫଳପ୍ରକାଶ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି
କୋର୍ଟ । ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ
ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ସତୀଶଙ୍କୁ
୪୦% ଭିନ୍ନକ୍ଷମ ବୋଲି ଦର୍ଶାଯାଇଥିବା ବେଳେ ସେ କିନ୍ତୁ ନିଜକୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବୋଲି
ଦାବି କରିଛନ୍ତି । ଏଥିସହ ଏବେ ଜାରି ରହିଥିବା ପର୍ସନାଲିଟି ଟେଷ୍ଟରେ ସାମିଲ କରାଯାଇନଥିବାରୁ
ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସତୀଶ ।
ସତୀଶ ଦାବି କରିଛନ୍ତି ଯେ, ତାଙ୍କ
ଡିଜାବିଲିଟି ଟେଷ୍ଟ ପାଇଁ ମେଡିକାଲ ବୋର୍ଡ଼ ଗଠନ କରିବେ ରାଜ୍ୟ ସରକାର। ଏହାବାଦ ଏବେ ଚାଲିଥିବା
ପର୍ସନାଲିଟି ଟେଷ୍ଟରେ ଓଡ଼ିଶା ଲୋକ ସେବା ଆୟୋଗ OPSC ତାଙ୍କୁ
ସାମିଲ କରୁ ବୋଲି ଦାବି କରିଛନ୍ତି । ତେବେ ଏହି ପ୍ରକାରରେ ଚୟନ ପ୍ରକ୍ରିୟା ଜାରି ରହିଲେ ବି କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ
ନକରିବାକୁ OPSCକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେତିକି
ନୁହେଁ ବଂର ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀ ନିଜ ଆବେଦନରେ ଲେଖିଛନ୍ତି ଭିନ୍ନକ୍ଷମ
କୋଟା ମୁତାବକ ତାଙ୍କୁ ପର୍ସନାଲିଟି ଟେଷ୍ଟ ପାଇଁ ସୁଯୋଗ ଦିଆଯିବା କଥା । କିନ୍ତୁ ସେଥିରୁ
ତାଙ୍କୁ ବଞ୍ଚିତ କରାଯାଇଛି । ତେବେ ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିବା ସହ ଫାଇନାଲ ରେଜଲ୍ଟ
ପ୍ରକାଶ ଉପରେ ମଙ୍ଗଳବାର ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । କୋର୍ଟଙ୍କ ବିନା ଅନୁମତିରେ
ରେଜଲ୍ଟ ପ୍ରକାଶ ପାଇ ପାରିବ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।