ନ୍ୟୁଜ 365 (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’କୁ କଡା ସମାଲୋଚନା କରିଛନ୍ତି । ‘ଇଣ୍ଡିଆ’ କୁ ଇଷ୍ଟ ଇଣ୍ଡିଆ ସହ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ବ୍ରିଟିଶମାନେ ଆସି ନିଜର ନାମ ଇଷ୍ଟ ଇଣ୍ଡିଆ କମ୍ପାନୀ ରଖିଥିଲେ, ସେହିଭଳି ବିରୋଧୀ ‘ଇଣ୍ଡିଆ’ ନାମରେ ନିଜକୁ ଉପସ୍ଥାପନ କରୁଛନ୍ତି। ଭାଜପା ସଂସଦୀୟ ଦଳର ବୈଠକରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ବିରୋଧୀ ଦଳ ଏକାଠି ହୋଇ ଏକ ମହାମେଣ୍ଟ ଗଠନ କରିଛନ୍ତି । ମୋଦୀ ସରକାରଙ୍କୁ ବିରୋଧ କରିବା ପାଇଁ ଏକ ମହା ମେଣ୍ଟ ଗଠନ କରିଛନ୍ତି । ମେଣ୍ଟର ନା ଦେଇଛନ୍ତି ‘ଇଣ୍ଡିଆ’ । ବର୍ତ୍ତନମାନ ବିରୋଧୀଙ୍କୁ କଡ଼ା ସମାଲୋଚନା କରି ‘ଇଣ୍ଡିଆ’ କୁ ଇଷ୍ଟ ଇଣ୍ଡିଆ ସହ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି ।