ନ୍ୟୁଜ ୩୬୫
(ବ୍ୟୁରୋ):ମୋବାଇଲର ଅତ୍ୟଧିକ
ବ୍ୟବହାରର ପ୍ରଭାବ କେବଳ ଲୋକଙ୍କ ଦୃଷ୍ଟିଶକ୍ତି ଉପରେ ପଡିନଥାଏ । ବରଂ ଏହାର ପ୍ରଭାବ ବେକ ତଥା
ମସ୍ତିଷ୍କ ଉପରେ ପଡିଥାଏ । ଆଜିକାଲି ଲୋକଙ୍କ ପାଖରେ ଏଥିଯୋଗୁଁ ‘ଫ୍ରୋଜେନ୍ ନେକ୍’
ସମସ୍ୟା ବୃଦ୍ଧି ପାଉଛି । ଏପରିକି ୨୦ ବର୍ଷ ବୟସରେ ଅଧିକାଂଶ ଯୁବକ
ଯୁବତୀ ବେକରେ ଯନ୍ତ୍ରଣା ଅନୁଭବ କରୁଥିବା ଡାକ୍ତର କହୁଛନ୍ତି । ପୂର୍ବରୁ ଏହି ସମସ୍ୟା ୪୦- ୫୦
ବର୍ଷ ବୟସରେ ଦେଖାଯାଉଥିଲା । ତେବେ Gହି ସମସ୍ୟା ମୋବାଇଲ କିମ୍ବା ଅନ୍ୟାନ୍ୟ ଇଲେକþଟ୍ରୋନିକ୍ ଗ୍ୟାଜେଟ୍
ଅଧିକ ସମୟ ବ୍ୟବହାର କରିବା ଯୋଗୁଁ ସୃଷ୍ଟି ହୁଏ ।
ବିଭିନ୍ନ
ରିପୋର୍ଟରୁ ଜଣାପଡିଛି ଯେ,ପ୍ରାୟ ୬୦ ପ୍ରତିଶତ ପ୍ରାପ୍ତ ବୟସ୍କ କମ୍ପୁଟର ସାମ୍ନାରେ ପାଞ୍ଚ
ଘଣ୍ଟାରୁ ଅଧିକ ସମୟ ବସୁଥିବାବେଳେ ୪୦ ପ୍ରତିଶତ ଯୁବପିଢ଼ି ୯-୧୧ ଘଣ୍ଟା ଏଥିରେ ଅତିବାହିତ
କରିଥାନ୍ତି । ଏହାଦ୍ୱାରା ବýକ୍ତିର ଶାରୀରିକ ଗଠନ ବିଗିଡିବା ସହ ବେକ ଓ
ମେରୁଦଣ୍ଡ ଅସ୍ଥିରେ ସମସ୍ୟା ସୃଷ୍ଟି ହୋଇଥାଏ । ଦିର୍ଘ ସମୟ ପର୍ଯ୍ୟନ୍ତ ଗୋଟିG ସ୍ଥାନରେ ବସିରହି
କମ୍ପୁଟର ତଥା ମୋବାଇଲ ବ୍ୟବହାର କରିବା ଦ୍ୱାରା ବେକ,
ପିଠି ,କାନ୍ଧ ଏବଂ ମୁଣ୍ଡରେ ଯନ୍ତ୍ରଣା ହୁଏ । ଏହି ସମସ୍ୟାକୁ କୁହାଯାଉଛି ‘ଟେକ୍ ନେକ୍’ ବା ‘ଟର୍ଟଏ ନେକ୍
ସିଣ୍ଡ୍ରୋମ’ ।ଅନ୍ୟପଟେ ମୋବାଇଲ
ଦେଖିବାର ଭଙ୍ଗୀ ମସ୍ତିଷ୍କ ଓଜନକୁ କମ୍ ,ବେଶି କରିବା ଦିଗରେ କାର୍ଯ୍ୟ କରେ । ମୁଣ୍ଡ ନୁଆଁଇ ମୋବାଇଲ ଦେଖିବା ଦ୍ୱାରା ତାହାର ପ୍ରଭାବ
ମଣିଷ ମୁଣ୍ଡର ଓଜନ ଉପରେ ପଡିଥାଏ । ସିଧା ଛିଡା ହେବାଦ୍ୱାରା ମୁଣ୍ଡର ଓଜନ ୫ କେଜି ରହିଥାଏ ।
ସେହି ସମୟରେ ବେକ ମୁଣ୍ଡର ଓଜନକୁ ସମ୍ଭାଳି ଥାଏ । ସେହିପରି ଯେତେ ଅଧିକ ମୁଣ୍ଡ ତଳକୁ ହେବ
ମୁଣ୍ଡର ଓଜନ ସେତେ ବେଶି ବଢ଼ିବ ।
ଅନ୍ୟପଟେ ମୁଣ୍ଡକୁ
୬୦ ଡିଗ୍ରୀରେ ବଙ୍କା କରିବା ଦ୍ୱାରା ମେରୁଦଣ୍ଡ ଉପରେ ୨୨-୨୭ କେଜି ଚାପ ସୃଷ୍ଟି ହୋଇଥାଏ ।
ଯାହାଫଳରେ ମାସଂପେଶୀ, ଅସ୍ଥି ଗୁଡିକ ଥକ୍କି ଯାଏ । ଏଥିପାଇଁ ଗଣ୍ଠି ଗୁଡିକରେ ମଧ୍ୟ
ଯନ୍ତ୍ରଣା ଅନୁଭୁତ ହୁଏ । ଏଭଳି ଅବସ୍ଥାରେ ମୋବାଇଲ ଦେଖିବା ଯୋଗêñ ଏହାର ପ୍ରଭାବ ବେକ ଉପରେ ପଡିବା ସହ ଅନ୍ୟ ସ୍ଥାନରେ ସମସ୍ୟା ସୃଷ୍ଟି
କରିବାରେ ଆଶଙ୍କା ବେଶି ଥାଏ । ସେହିପରି ମୁଣ୍ଡକୁ ୧୫ ଡିଗ୍ରୀ ବଙ୍କା କରି ଦେଖିବା ଦ୍ୱାରା
ମସ୍ତିଷ୍କ ଓଜନ ୧୨ କେଜି ରହୁଥିବାବେଳେ ୩୦ ଡିଗ୍ରୀ ବଙ୍କାରେ ମୋବାଇଲ ଧରି ଦେଖିଲେ ମୁଣ୍ଡର ଓଜନ
ରହିଥାଏ ୧୮ କେଜି । ଏଥିପାଇଁ ସ୍ମାର୍ଟଫୋନ ବ୍ୟବହାର କରିବା ସମୟରେ ସତର୍କ ରହିବା ଦରକାର ।