ନ୍ୟୁଜ 365 (ବ୍ୟୁରୋ): ବିଶ୍ୱର ପ୍ରତ୍ୟେକ ସ୍ଥାନର ସଂସ୍କୃତି,ପରମ୍ପରା ଓ ଚଳନି ସ୍ୱତନ୍ତ୍ର ଓ ଭିନ୍ନ ହୋଇଥାଏ । ଏହାକୁ ଧ୍ୟାନ ଦେଲେ ବିବାହ କ୍ଷେତ୍ରରେ ମଧ୍ୟ ଭିନ୍ନ ରୀତିନୀତି ଦେଖିବାକୁ ମିଳେ । ଚୀନର କିଛି ଅଞ୍ଚଳରେ ପୁରୁଷ କେବଳ୨୪ ଘଣ୍ଟା ଲାଗି ବିବାହ କରିଥାନ୍ତି । ଏଥିପାଇଁ ୪୦ ହଜାର ଟଙ୍କା ଦେବାକୁ ପଡେ । ଏପରି କରିବାର ମୁଖ୍ୟ କାରଣ ହେଉଛି ,ଆର୍ଥିକ ସ୍ୱଚ୍ଛଳ ନଥିବା ଯୁବକ ମାନେ ବିବାହ ସମୟରେ କନିଆକୁ ଉପହାର କିମ୍ବା ଅର୍ଥ ଦେଇପାରୁନଥିବାରୁ ଏମାନଙ୍କ ବିବାହ ହୋଇପାରେନି । କେବଳ ବିବାହିତ ତାଲିକାରେ ରହିବା ପାଇଁ ଏମାନଙ୍କ ପାଇଁ ଏଭଳି ଏକ ସ୍ୱତନ୍ତ୍ର ବିବାହର ଆୟୋଜନ କରାଯାଏ । ଏହି ବିବାହିତ ଧାରାଟି ଚୀନର ହୁବେରେଇ ଗ୍ରାମାଞ୍ଚଳରେ ଅଧିକ ଦେଖିବାକୁ ମିଳିଥାଏ ।
ଏଠାକାର ଆର୍ଥିକ ସ୍ୱଚ୍ଛଳ ନଥିବା ଯୁବକ ମୃତ୍ୟୁ ପୂର୍ବରୁ ଦିନକ ପାଇଁ ବିବାହ କରିଥାନ୍ତି । ବିଗତ ଛଅ ବର୍ଷ ହେଲ।ଣି ଚୀନରେ ଏଭଳି ବିବାହ ବଢ଼ିଚାଲିଛି । ଏମିତି ବିବାହ କରାଉଥିବା ଜଣେ ବ୍ୟକ୍ତି କହିଛନ୍ତି,ତାଙ୍କ ପାଖରେ ଅନେକ ପେସାଦାର କନିଆ ଅଛନ୍ତି ଯେଉଁମାନେ ୪୦ ହଜାର ଟଙ୍କା ନେଇ ବିବାହ କରିବାକୁ ର ହୁଅନ୍ତି । ଏହି ଯୁବତୀ ମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ଟଙ୍କା ନେଇ ବିବାହ କରିବାରେ ଏମାନଙ୍କର କୌଣସି ଆପତ୍ତି ନଥାଏ । ତେବେ ଏଭଳି ବିବାହ ଏଠାରେ ପ୍ରଚଳିତ ହେବାର ମୁଖ୍ୟ କାରର ହେଉଛି , ହୁବେଇର ଗ୍ରମାଞ୍ଚଳରେ ମୃତ୍ୟୁପରେ କବରସ୍ତାନରେ କବର ଦେବାପାଇଁ ଉକ୍ତବ୍ୟକ୍ତି ବିବାହିତ ହୋଇଥିବା ନିୟମ ରହିଛି । ତେଣୁ ଏକ୍ଷେତ୍ରରେ ଗରିବ ଶ୍ରେଣୀର ପୁଅମାନେ ବିବାହ କରି ପୂର୍ବ ପୁରୁଷଙ୍କୁ ନିଜ ପତ୍ନୀଙ୍କୁ ଦେଖାଇ ସେମାନେ ବିବାହିତ ବୋଲି କହିଥାନ୍ତି । ଏପରି କରିବା ଏମାନଙ୍କୁ କବରସ୍ତାନରେ ସ୍ଥାନ ମିଳଥାଏ ।