ନ୍ୟୁଜ 365 (ବ୍ୟୁରୋ): ୫୦ ଲକ୍ଷ ଟଙ୍କା ଦିଅ ନହେଲେ ବିଚାରପତିଙ୍କୁ ହତ୍ୟା କରିବୁ । କର୍ଣ୍ଣାଟକ ହାଇକୋର୍ଟର ୬ ଜଣ ବିଚାରପତିଙ୍କୁ ଏଭଳି ହତ୍ୟା ମିଳିଛି ଧମକ। ହାଇକୋର୍ଟର ଜଣେ ପିଆରଓଙ୍କୁ ହ୍ୱାଟସଆପ୍ରେ ଏହି ଧମକପୂର୍ଣ୍ଣ ମେସେଜ ଆସିଛି । ମେସେଜରେ କୁହାଯାଇଛି ଯେ, ବିଚାରପତିମାନଙ୍କୁ ହତ୍ୟା କରାଯିବ । ଧମକ ମେସେଜ ହିନ୍ଦୀ, ଉର୍ଦ୍ଦ୍ୱୁ ଓ ଇଂରାଜୀ ଭାଷାରେ ଆସିଛି । ଏନେଇ ଅଭିଯୋଗ ହେବା ପରେ ବେଙ୍ଗାଲୁରୁ ପୁଲିସ୍ ଗୋଟିଏ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତ ୧୨ ତାରିଖ ସନ୍ଧ୍ୟା ୭ଟା ବେଳେ ଅଜଣା ନମ୍ବରରୁ ବିଚାରପତିଙ୍କୁ ହତ୍ୟା କରାଯିବା ନେଇ ଧମକପୂର୍ଣ୍ଣ ମେସେଜ ଆସିଥିଲା। । ଏଥିରେ ପିଆରଓ ମୁରିଲୀଧର, ଜଷ୍ଟିସ ମହମ୍ମଦ ନୱାଜ, ଜଷ୍ଟିସ ଏଚଟି ନରେନ୍ଦ୍ର ପ୍ରସାଦ, ଜଷ୍ଟିସ ଅଶୋକ ନିଜାଗାନ୍ନାନାଭାର, ଜଷ୍ଟିସ ଏଚପି ସନ୍ଦେଶ ଜଷ୍ଟି କେ ନଟରାଜନ ଓ ଜଷ୍ଟିସ ବୀରାପ୍ପାଙ୍କୁ ହତ୍ୟା ପାଇଁ ଧମକ ଦିଆଯାଇଛି। ମେସେଜରେ ଦୁର୍ବୃତ୍ତମାନେ ମୁରଲୀଧରଙ୍କୁ ୫୦ ଲକ୍ଷ ଟଙ୍କା ମାଗିଛନ୍ତି। ଏହି ଟଙ୍କାକୁ ଜମା କରିବା ପାଇଁ ସେମାନେ ପାକିସ୍ତାନୀ ବ୍ୟାଙ୍କର ଆକାଉଣ୍ଟ ନମ୍ବର ଦେଇଛନ୍ତି। ଯଦି ମୁରଲୀଧର ୫୦ ଲକ୍ଷ ଟଙ୍କା ନ ଦେବେ, ତା’ହେଲେ ୬ ବିଚାରପତିଙ୍କୁ ଦୁବାଇର ଗ୍ୟାଙ୍ଗ ପକ୍ଷରୁ ହତ୍ୟା କରାଯିବ ବୋଲି କୁହାଯାଇଛି। ମେଜେସରେ କିଛି ନମ୍ବର ଦିଆଯିବା ସହ ସେମାନେ କୁଆଡ଼େ ଗ୍ୟାଙ୍ଗର ଭାରତୀୟ ଶୁଟର ବୋଲି ଦାବି କରାଯାଇଛି। ମୁରଲୀଧରଙ୍କ ଅଭିଯୋଗ ପରେ ଆଇପିସି ଓ ଆଇଟି ଆକ୍ଟର ବିଭିନ୍ନ ଦଫାରେ ବେଙ୍ଗାଲୁରୁର ପୁଲିସ୍ ମାମଲା ରୁଜୁ କରିଛି । ପୁଲିସ୍ ମେସେଜ ଆସିଥିବା ନମ୍ବରର ଏବେ ଯାଞ୍ଚ ଆରମ୍ଭ କରିଛି।