ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ତାଙ୍କ ଶ୍ରୀମନ୍ଦିରକୁ ନେଇ ଆଜି ବି ରହିଛି ଅନେକ ରହସ୍ୟ । ଶ୍ରୀଜଗନ୍ନାଥ ସଂସ୍କୃତି, ଏହାର ଇତିହାସ, ବିଭିନ୍ନ ପୁରାଣ ହେଉକି କିମ୍ବଦନ୍ତୀ, କେହି ବି ଏହି ରହସ୍ୟ ବୁଝି ପାରିନାହାଁନ୍ତି । ଏହାରି ଭିତରେ ଶ୍ରୀମନ୍ଦିରର ଚାରି ଦ୍ୱାର ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଯେତେବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି ହେଉଛି । ସେହି ସମୟରେ ଜାଣିବା ନିହାତି ଜରୁରୀ ଶ୍ରୀମନ୍ଦିରର ଚାରି ଦ୍ବାରର କଣ ରହିଛି ମାହାତ୍ମ୍ୟ । ଶ୍ରୀମନ୍ଦିରର ପୂର୍ବ ପଟେ ରହିଥିବା ଦ୍ବାରକୁ ସିଂହଦ୍ୱାର ବା ଧର୍ମଦ୍ୱାର କୁହାଯାଏ ।
ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ମେଘନାଦ ପାଚେରୀରେ ଚାରିଦିଗରେ ଚାରିଗୋଟି ବୃହତ ଦ୍ୱାର ଅଛି ଓ ସେଥି ମଧ୍ୟରୁ ପୂର୍ବ ଦିଗର ଦ୍ୱାରଟି ମୁଖ୍ୟ ସିଂହଦ୍ୱାର ବୋଲି କୁହାଯାଏ । ଏହାକୁ ଧର୍ମ ବା ମୋକ୍ଷ ଦ୍ୱାର ବୋଲି ମଧ୍ୟ କୁହାଯାଏ । ହନୁମାନ ଏହାର ଦ୍ୱାରପାଳ ଅଟନ୍ତି । ମାଦଳା ପାଞ୍ଜି ଅନୁଯାୟୀ ରାଜା ମତଭାନୁ କପିଳେନ୍ଦ୍ର ଦେବଙ୍କ ୧୫ଅଙ୍କରେ ଏହି ସିଂହଦ୍ୱାର, ମେଘନାଦ ପାଚେରୀ, ବାହାର ବେଢ଼ା, ଦୁଇ ପାର୍ଶ୍ୱରେ ଦୁଇଟି ବୃହତ ସିଂହ ମୂର୍ତ୍ତି ସ୍ଥାପନା କରାଇଛନ୍ତି । ଗୋଲାକାର ସ୍ଥମ୍ଭ ଆକାରର ଜୟ ବିଜୟ ମୂର୍ତ୍ତି ଓ ମୂର୍ତ୍ତି ଦୁଇଟି ପଛରେ ମୁଗୁନି ପ୍ରସ୍ତରର ଅନ୍ୟ ଦୁଇଟି ଜୟ ବିଜୟ ବିଗ୍ରହ ସିଂହଦ୍ୱାର ରେ ଲାଗି ରହିଛି । ଅନ୍ୟ ଦ୍ୱାର ଗୁଡ଼ିକ ହେଲା ବ୍ୟାଘ୍ର ଦ୍ୱାର, ପଶ୍ଚିମ ଦିଗର ଦ୍ୱାର ହାତୀ ଦ୍ୱାର, ଉତ୍ତର ଦିଗର ଦ୍ୱାର ଅଶ୍ୱଦ୍ୱାର, ଦକ୍ଷିଣ ଦିଗର ଦ୍ୱାର ମୁଖ୍ୟ ମନ୍ଦିର ସାମନାରେ ଜଗମୋହନ ଓ ମଝିରେ ପବିତ୍ର କଳାଘାଟ ଦ୍ୱାର ରହିଛି । ନାଟମନ୍ଦିରରୁ ଜଗମୋହନକୁ ଯିବା ବାଟରେ ଥିବା ଦ୍ୱାର ହେଲା ‘ଜୟ-ବିଜୟ’ ଦ୍ୱାର । ଏହା ବ୍ୟତୀତ ବେହରଣ ଦ୍ୱାର, ସାତପାହାଚ ଦ୍ୱାର, ଧୁକୁଡି ଦ୍ୱାର, ପଣ୍ଡା ଦ୍ୱାର, ମୁଦୁଲି ଦ୍ୱାର ଓ ଘଣ୍ଟାଦ୍ୱାର ଆଦି ଅଛି । ଦକ୍ଷିଣ ପଟେ ଥିବା ଘୋଡ଼ା ଦ୍ୱାରକୁ ରାଜ ଦ୍ୱାର ବା ଅର୍ଥ ଦ୍ୱାର ମଧ୍ୟ କୁହାଯାଏ ।
ସେହି ପରି ପଶ୍ଚିମ ପଟେ ଥିବା ବାଘ ଦ୍ୱାରକୁ କାମ ଦ୍ୱାର କୁହାଯାଏ । । ପୁରାଣ ଶାସ୍ତ୍ର ଅନୁଯାୟୀ ଆମେ ହାତୀକୁ ଶୁଭ ବୋଲି ମାନିଥାଉ । ଯଦିଓ ସେହିପରି କୈାଣସି ବହିରେ ଚାରିଦ୍ବୂାରକୁ ନେଇ ନିଧିଷ୍ଠ ଚକିଛି ଲେଖାଯାଇନାହିଁ । ଆଉ କିଛି ପଣ୍ଡିତଙ୍କ କହିବା ଅନୁସାରେ ମହାପ୍ରଭୁ ଚଉବର୍ଗ ପ୍ରଦାନ କରିବାପାଇଁ ସମର୍ଥ ଅଟନ୍ତି । ତେବେ ମଣିଷ ଜୀବନର ସାର୍ଥକତା ସେଇଠରେ ରଡହିଥାଏ ଯେଉଠୁ ସେ ଚଉବର୍ଗ ଲାଭ କରିଥାଏ । ପୌରାଣିକ ମତ କଥା ଅନୁସାରେ ଚୌବର୍ଗର ଅର୍ଥ ଡଚହେଉଛି ଧର୍ମ, ଅର୍ଥ, କାମ, ମୋକ୍ଷ ଯାହା ମହାପ୍ରଭୁଙ୍କୁ ଆଶ୍ରା କଲେ ମିଳି ପାରିଥାଏ । ଯେଉଁଭଳି ଉତ୍ତର ଦ୍ବାରକୁ ମୋକ୍ଷ ଦ୍ବାର ବୋଲି କୁହାଯାଏ । କାରଣ ମୋକ୍ଷ , ଦେଇ ଦାରୁ ପ୍ରବେଶ କରନ୍ତି କୋଇଲି ବୈକୁଣ୍ଠପୁରକୁ, ଯେଉଠାରେ ଦାରୁ ନିର୍ମାଣ କରାଯାଏ । ତାହା ସହିତ କୋଇଲି ବୈକୁଣ୍ଠପୁରରେ ରହିଛି ମହାପ୍ରଭୁଙ୍କ ସ୍ମସାନ ରହିଛି ବା ପାତାଳି କ୍ଷେତ୍ର ମଧ୍ୟ ଉତ୍ତର ଦ୍ବାକରରେ ରହିଛି ତେଣୁ ତାକୁ ମୋକ୍ଷ ଦ୍ବାର ବୋଲି କୁହାଯାଏ ।