ନ୍ୟୁଜ 365 (ବ୍ୟୁରୋ): ଅଲଜିରିଆ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୦ ସେନା ଯବାନ ରହିଥିବା କୁହାଯାଉଛି। ଏମାନେ ସମସ୍ତେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ ମୋଟ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଆହତ ହୋଇଛନ୍ତି । ରାଜଧାନୀ ଆଲଜେର୍ସର ପୂର୍ବରେ ଥିବା ବେନି ଜିଲ୍ଲାର ରିସର୍ଟ ଅଞ୍ଚଳରେ ନିଆଁ ଲିଭାଇବା ବେଳେ ଏହି ଅଘଟଣ ଘଟିଛି । ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।