ନ୍ୟୁଜ 365 (ବ୍ୟୁରୋ): ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗ୍ମାଙ୍କ ତୁରାସ୍ଥିତ କାର୍ଯ୍ୟାଳୟ ଉପରକୁ ସୋମବାର ସନ୍ଧ୍ୟାରେ ବିକ୍ଷୋଭକାରୀ ଟେକାମାଡ଼ କରିଛନ୍ତି। ଆକ୍ରମଣରେ ମୁଖ୍ୟମନ୍ତ୍ରୀଙ୍କ ୫ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ତୁରାକୁ ଶୀତଦିନିଆ ରାଜଧାନୀ ଦାବିରେ ଗୋରା ହିଲ୍ସର ସିଭିଲ୍ ସୋସାଇଟି ସଦସ୍ୟ ମାନେ କିଛିଦିନ ହେବ ଅନଶନରେ ବସିଛନ୍ତି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବିକ୍ଷୋଭକାରୀଙ୍କ ସହ ଦାବି ସଂକ୍ରାନ୍ତରେ ଆଲୋଚନା କରୁଥିବାବେଳେ କେତେଜଣ ପ୍ରଥମେ କାର୍ଯ୍ୟାଳୟ ଉପରକୁ ଟେକା ପିଙ୍ଗିବା ଆରମ୍ଭ କରିଥିଲେ। ଏହା ପରେ ଅନଶନରେ ଥିବା ଲୋକେ ହିଂସା କାଣ୍ଡ ଭିଆଇବାକୁ ଚେଷ୍ଟା କରିଥିଲେ । ସେଠାରେ ଥିବା ସୁରକ୍ଷାକର୍ମୀ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାଳୟ ଭିତରକୁ ସୁରକ୍ଷିତ ଭାବେ ନେଇଯାଇଥିଲେ।ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।