ପୋଲିସ ହେବା ପାଇଁ ଅନେକ ଲୋକ ସ୍ୱପ୍ନ ଦେଖନ୍ତି । ଅଧିକାଶଂ ଲୋକଙ୍କ ପସନ୍ଦ ଥାଏ ପୋଲିସ ଚାକିରି । ଦେଶକୁ ସୁରକ୍ଷା ଦେବା , ଦେଶରେ ଶାନ୍ତି ଶୃଙ୍ଖଳାକୁ ବଜାୟ ରଖିବା, ନାରୀକୁ ସମ୍ମାନ ଏବଂ ମାଟି ମା’ କୁ ସମ୍ମାନ ଦେବା ହେଉଛି ପୋଲିସର କର୍ତ୍ତବ୍ୟ । ହେଲେ ଆପଣ ଜାଣନ୍ତି କି ଆମ ଦେଶରେ ପୋଲିସ କାହିଁକି ପିନ୍ଧନ୍ତି ମାଟିଆ ରଙ୍ଗର ପୋଷାକ ? ଏହି ଖାକି ରଙ୍ଗକୁ କିଏ ଚୟନ କରିଥିଲେ ? ପଶ୍ଚିମବଙ୍ଗ ପୋଲିସର ପୋଷାକ ଧଳା ହୋଇଥିବା ବେଳେ ଭାରତୀୟ ପୋଲିସଙ୍କ ପୋଷାକ କାହିଁକି ମାଟିଆ ହୋଇଥାଏ ।
ଖାକି ୟୁନିଫର୍ମର ଏକ ବିଶେଷତ୍ୱ ରହିଛି । ଖାକି ପୋଲିସର ପରିଚୟ । ଯେତେବେଳେ ବ୍ରିଟିଶର ମାନେ ଭାରତ ଆସିଲେ ସେମାନେ ପୋଲିସର ୟୁନିଫର୍ମକୁ ଧଳା ରଙ୍ଗ ଦେଇଥିଲେ । ଧଳା ରଙ୍ଗ ସତ୍ୟ, ଶାନ୍ତି, ପବିତ୍ରତାର ପ୍ରତୀକ । ହେଲେ ଧଳାରଙ୍ଗର ପୋଷାକ ଶିଘ୍ର ମଇଳା ହୋଇଯାଏ । ମଇଳା ପୋଷାକ ପିନ୍ଧିବା ଅନୈତିକ ବିବେଚନା କରାଯାଏ । ଏଭଳି ସମସ୍ୟା ଉପୁଜିବା ପରେ ବ୍ରିଟିଶର ମାନେ ସେମାନଙ୍କ ପୋଷାକ ପରିବର୍ତ୍ତନ ପାଇଁ ନଷ୍ପତି ନେଇଥିଲେ । ଉତ୍ତର ପଶ୍ଚିମ ସୀମାନ୍ତ ଗଭର୍ଣ୍ଣର ଜେନେରାଲ ୧୮୪୭ ମସିହାରେ ଖାକି ସୁଟ ପିନ୍ଧିବାର ଦେଖିଲେ ସେହିସମୟରେ ସେ ଖାକିକୁ ପୋଲିସ ୟୁନିଫର୍ମ ଭାବେ ବାଛିଥିଲେ ।
ହେଲେ ଆପଣ ଜାଣନ୍ତି କି ଭାରତୀୟ ପୋଲିସ ମାଟିଆ ରଙ୍ଗର ପୋଷାକ ପିନ୍ଧୁଥିବା ବେଳେ କୋଲକାତା ପୋଲିସ ଧଳା ରଙ୍ଗର ପୋଷାକ ପିନ୍ଧିଥାନ୍ତି । ପୋଲିସର କଠିନ ପରିଶ୍ରମ ଯୋଗୁଁ ଧଳା ରଙ୍ଗର ପୋଷାକରେ ସମସ୍ୟା ଦେଖାଦେଲା ହେଲେ ଏହାକୁ ବଦଳାଇବାକୁ କୋଲକତା ପୋଲିସ ସିଧାସଳଖ ମନାକରିଦେଲା । କାରଣ କୋଲକତା ସହର ସମୁଦ୍ର କୂଳରେ ଅବସ୍ଥିତ । ବର୍ଷସାରା ସେଠାକାର ପାଗ ଗରମ ଓ ଆଦ୍ର ଥାଏ । ଏଭଳି ପରିସ୍ଥିତିରେ ପୋଲିସ ପାଇଁ ଧଳା ରଙ୍ଗର ପୋଷାକ ଉପଯୁକ୍ତ । ଧଳା ରଙ୍ଗର ୟୁନିଫର୍ମରେ ଉତାପ ମଧ୍ୟ କମ ଥାଏ । ସେଥିପାଇଁ କୋଲକାତା ପାଲିସର ପୋଷାକ ଧଳା ରଙ୍ଗ ।