ନ୍ୟୁଜ 365 (ବ୍ୟୁରୋ): ମଣିପୁର ପ୍ରସଙ୍ଗକୁ ନେଇ ସୋମବାର ବି ସଂସଦରେ ଖୁବଜୋରରେ ହଙ୍ଗାମା ହୋଇଛି । ଘଟଣାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୟାନ ଦେଇଛନ୍ତି। ଅମିତ ଶାହା କହିଛନ୍ତି , ସରକାର ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବିରୋଧୀ ଦଳ ପ୍ରସଙ୍ଗକୁ ନ ଆସି ଅଯଥା ଯୁକ୍ତି କରୁଛନ୍ତି । ବିରୋଧୀ ଦଳ ଏହି ପ୍ରସଙ୍ଗରେ ଚର୍ଚ୍ଚା ଚାହୁଁ ନାହାନ୍ତି ବରଂ କେବଳ ବୟାନ ବାଜିରେ ବ୍ୟସ୍ତ ଅଛନ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଦେଶ ସତ୍ୟ ଜାଣିବା ଜରୁରୀ । ତେଣୁ ବିରୋଧୀ ଦଳକୁ ଆଲୋଚନା ପାଇଁ ଅନୁରୋଧ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକ ସଭାରେ କହିଥିଲେ ଯେ ଆମେ ଗୃହରେ ଆଲୋଚନା ପାଇଁ ପ୍ରସ୍ତୁତ। ହଙ୍ଗାମା ପରେ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।