୩ ଜୁଲାଇ ୧୯୯୯ । ଗୋଟେପଟେ ଦେଶ କାର୍ଗିଲ ବିଜୟରେ ଛାତିଫୁଲେଇ ତୀରଙ୍ଗା ଲହରାଉ ଥିଲା। ଅନ୍ୟପଟେ ଦେଶକୁ ବିଜୟର ସ୍ବାଦ ଚଖେବାକୁ ଶତ୍ରୁର ଗୁଳି ଆଗରେ ଛାତି ପାତିଦେଇଥିବା ଯବାନର ଘରେ ଫାଟିପଡ଼ୁଥିଲା କାନ୍ଦ ବୋବାଳି। ନିଜ ପ୍ରିୟ ମଣିଷକୁ ହରାଇରବାର ଦୁଃଖରେ ଆତ୍ମୀୟମାନେ କୋହକୁ ଲୁହ ଆକାରରେ ନିଗାଡ଼ି ଦେଉଥିଲେ ହେଁ ଗର୍ବରେ କିନ୍ତୁ ଫୁଲି ଉଠୁଥିଲା ଛାତି। ପୁଅ ସହିଦ ହୋଇଛି। ଦେଶମାତୃକାର ସେବା ପାଇଁ ଜୀବନ ଦେଇଛି। କାର୍ଗିଲ ଯୁଦ୍ଧରେ ଯେଉଁ ୫୨୭ ଜଣ ଜୀବନ ଦେଇଥିଲେ ସେମାନଙ୍କ ମଧ୍ୟରେ ମନୋଜ କୁମାର ପାଣ୍ଡେ ଥିଲେ ଅନ୍ୟତନ ଯୋଦ୍ଧା। ମନୋଜ କୁମାର ପାଣ୍ଡେ ୨୫ ଜୁନ୍ ୧୯୭୫ ରେ ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାର ରୁଧା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମନୋଜ ଏକ ନେପାଳୀ କ୍ଷତ୍ରି ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିତା ଗୋପୀଚନ୍ଦ୍ର ପାଣ୍ଡେ ଏବଂ ମାତା ମୋହିନୀ ଙ୍କର ସେ ଥିଲେ ପ୍ରଥମ ପୁତ୍ର । ।ମନୋଜ ପିଲାଦିନରୁ ଖେଳକୁଦ ପ୍ରତି ଋଚି ରଖିଥିଲେ ଓ ଦେଶପ୍ରେମର ଭାବନା ତାଙ୍କ ଭିତରେ ଜାଗ୍ରତ ହୋଇଥିଲା । ଯାହା ତାଙ୍କୁ ସମ୍ମାନର ସିଖରକୁ ନେଇଥିଲା । ତାଙ୍କ ମା ତାଙ୍କୁ ପିଲାଦିନରୁ ବୀରତ୍ୱ ଅନେକ କାହାଣୀ କହୁଥିଲେ ଏବଂ ମନୋଜଙ୍କୁ ଉତ୍ସାହିତ କରୁଥିଲେ ଯେ ସେ ଜୀବନର କୈାଣସିବି ପରିସ୍ଥିତି ଆସିଲେ ଭୟ କରିବା ଉଚିତ୍ ନୁହେଁ । ସବୁବେଳେ ସମ୍ମାନ ଏବଂ ସ୍ବତନ୍ତ୍ରତା ସହିତ ନିଜର ଖ୍ୟାତି ପ୍ରତି ଧ୍ୟାନ ଦେବା ଉଚିତ୍ । ମନୋଜ ସ୍କୁଲ ଶିକ୍ଷା ଶେଷକରି, ଖଡକୱାସଲା ଠାରେ ଥିବା ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଆଡମିଶନ ପାଇଥିଲେ । ମନୋଜ ସେଠାରୁ ତାଲିମ ସମାପ୍ତ କରିବା ପରେ ଇଲେଭେନ ଗୋର୍ଖା ରାଇଫଲ୍ସ ରେଜିମେଣ୍ଟର ପ୍ରଥମ ଯାନର ଅଧିକାରୀ ହୋଇଥିଲେ ।
ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ତାଲିମ ନେବା ପରେ ତାଙ୍କୁ ଏକାଦଶ ଗୋରଖା ରାଇଫଲ୍ସର ପ୍ରଥମ ବାଟାଲିୟନରେ କମିଶନ ଅଫିସର ଭାବରେ ପୋଷ୍ଟିଂ କରାଯାଇଥିଲା । ମନୋଜ ସେନାରେ ଭର୍ତ୍ତି ହେବା ସମୟରେ ତାଙ୍କର ଏକ ଋଚକ କାହୂାଣୀ ରହିଛି । ତାଙ୍କୁ କାଶ୍ମୀର ଉପତ୍ୟକାରେ ପୋଷ୍ଟ କରାଯାଇଥିଲା । ସେହିସମୟରେ ଥରେ ମନୋଜଙ୍କୁ ଏକ ଅଧିକାରୀଙ୍କ ସହିତ ପାଟ୍ରୋଲିଂ ପାଇଁ ପଠାଗଲା । ଆଉ କୁହାଯାଇଥିଲା, ଆତଙ୍କବାଦିଙ୍କୁ ଦେଖି ଆମକୁ ଅପଡେଟ୍ କରିବ, କିନ୍ତୁ ତାଙ୍କ ଫେରିବାରେ ବହୁତ ବିଳମ୍ବ ହୋଇଥିଲ । ଯାହା ସମସ୍ତଙ୍କୁ ଚିନ୍ତିତ ରେ ପକାଇଥିଲା । ଯେତେବେଳେ ସେ ତାଙ୍କ କାର୍ଯ୍ୟସୂଚୀରୁ ଦୁଇ ଦିନ ବିଳମ୍ବରେ ଫେରିଥିଲେ, ସେତେବେଳେ ତାଙ୍କର କମାଣ୍ଡିଂ ଅଫିସର ତାଙ୍କୁ ବିଳମ୍ବର କାରଣ ପଚାରିଥିଲେ, ଯେଉଁଥିରେ ସେ ଉତ୍ତର ଦେଇଥିଲେ ଯେ ‘ଆମେ ଆମର ପାଟ୍ରୋଲିଂରେ ଆତଙ୍କବାଦୀଙ୍କୁ ପାଇଲୁ ନାହିଁ, ତେଣୁ ଆମେ ସେମାନଙ୍କୁ ଭେଟିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ । କିନ୍ତୁ ଆମେ ଆଜି ତିନିଜଣ ବୀରଙ୍କୁ ହରାଇଲୁ । ଏଥିଲେ ସହିଦ ମନୋଜ କୁମାର ପାଣ୍ଡେ ଥିଲେ ଅନ୍ୟତମ। ଯାହାଙ୍କ ପାଇଁ ସାରା ଦେଶ ଗର୍ବିତ । ଦେଶ ପ୍ରେମର କଥା ଆସିଲେ ମନେପଡନ୍ତି ମନୋଜ ।