କାରଗିଲ୍ ଯୁଦ୍ଧରେ ଶତ୍ରୁଦେଶକୁ ନାକେଦମ୍ କରିଥିବା ଏଭଳି ଜଣେ ସାହସୀ ଯବାନଙ୍କ ବିଜୟ ଗାଥା,ଯାହାଙ୍କୁ ଆଜି ମଧ୍ୟ ଝୁରୁଛି ଭାରତ । ଦେଶ ପାଇଁ,ମାତୃଭୂମି ପାଇଁ ହସି ହସି ଜୀବନକୁ ବାଜି ଲଗାଇଦେଇଥିଲେ। ଖରା,ବର୍ଷାକୁ ଭ୍ରୁକ୍ଷେପ ନକରି ବିପଦପୂର୍ଣ୍ଣ ସୀମାରେ ନିଜ ଜୀବନର ଅନ୍ତିମ ମୂହୁର୍ତ୍ତରେ ମଧ୍ୟ ଜଣେ ଯବାନ ପରିବାରକୁ ପଛରେ ପକାଇ ଭାରତମାତା ଏବଂ ଭାରତୀୟଙ୍କ ସୁରକ୍ଷା ସକାଶେ ଅହରହ ଚେଷ୍ଟା କରିଥାଏ । ଯାହାଙ୍କ ବଳିଦାନ ଯୋଗୁଁ ଆଜି ଭାରତ ଦେଶର ପ୍ରତ୍ୟେକଟି ଘରେ ଲୋକେ ଆରାମରେ ନିଶ୍ୱାସ ମାରି ପାରୁଛନ୍ତି । ସେ ଥିଲେ କାରଗିଲ୍ ହିରୋ କ୍ୟାପଟେନ୍ ବିକ୍ରମ ବତ୍ରା। ତାଙ୍କ ସାହସ ଓ ବୀରତ୍ୱର କାହାଣୀ କିଏ ନ ଜାଣେ। ଭାରତୀୟ ସେନାର ସେ ଏମିତି ଜଣେ ଯବାନ ଥିଲେ ଯିଏ ଏଲ୍ଓସି ଟୋଲୋଲିଙ୍ଗ୍ ରେଞ୍ଜ୍ର ସର୍ବୋଚ୍ଚ ମିଲିଟାରୀ ପଏଣ୍ଟ ୫୧୪୦ ପୋଷ୍ଟକୁ ଶତ୍ରୁଠାରୁ କବ୍ଜା କରିବା ପରେ ବି କହିଥିଲେ ‘ୟେ ଦିଲ ମାଙ୍ଗେ୍ ମୋର୍’, ଆଉ ଏହାପରେ ଉତ୍ତର ରେଞ୍ଜ୍ର ୪୮୭୫ ପୋଷ୍ଟରେ ତ୍ରିରଙ୍ଗା ଉଡ଼ାଇ ସହିଦ ହୋଇଥିଲେ। ୧୯୭୪ ମସିହା ଆଜିର ଦିନରେ ହିମାଚଳ ପ୍ରଦେଶରେ ପାଲମପୁରରେ ଜନ୍ମ ହୋଇଥିଲେ ବୀର ଯବାନ ବିକ୍ରମ ବତ୍ରା। କଲେଜ ପଢ଼ା ପରେ ବଡ଼ ବଡ଼ ଚାକିରିକୁ ପଛ କରି ଦେଶସେବା ପାଇଁ ଭାରତୀୟ ସେନାରେ ଯୋଗ ଦେଇଥିଲେ ବିକ୍ରମ। ବଡ ବଡ ଚାକିରିକୁ ପଛ କରି ଶେଷରେ ୧୯୯୭ରେ ସେନାରେ ଯୋଗ ଦେଇଥିଲେ ବିକ୍ରମ। ମାତ୍ର ଦୁଇ ବର୍ଷ ମଧ୍ୟରେ କ୍ୟାପେଟନ ପଦରେ ବସିଥିଲେ ବିକ୍ରମ। ତେବେ ସେ କ୍ୟାପଟେନ ହେବା ପରେ ଆରମ୍ଭ ହୋଇଥିଲା କାରଗିଲ ଯୁଦ୍ଧ। ୧୯୯୬ରେ ବିକ୍ରମଙ୍କୁ ଭାରତୀୟ ମିଲିଟାରୀ ଏକାଡେମୀ ଆଇଏମଏରେ ମନୋନୀତ କରାଯାଇଥିଲା ।
୧୯୯୯ ମସିହା ଜୁନ ୧୯ରେ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ନେତୃତ୍ଵରେ ଭାରତୀୟ ସେନା ପାକିସ୍ତାନ ବିପକ୍ଷରେ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଥିଲା। ଏହାର ମାସେ ପରେ ଜୁଲାଇ ୭ରେ ଉତ୍ତର ରେଞ୍ଜ୍ର ୪୮୭୫ ପୋଷ୍ଟରେ ନିଜର ଜଣେ ସାଥୀଙ୍କୁ ବଞ୍ଚାଇବାକୁ ଯାଇ ଶତ୍ରୁ ଗୁଳିରେ ଟଳି ପଡ଼ିଥିଲେ ବିକ୍ରମ। ଶେଷ ନିଶ୍ଵାସ ପର୍ଯ୍ୟନ୍ତ ବିକ୍ରମ ଦେଶ ପାଇଁ ଲଢ଼ିଥିଲେ, ଆଉ ଭାରତୀୟ ସେନା ବିଜୟୀ ହୋଇଥିଲା। ସହିଦ ବିକ୍ରମଙ୍କ ଏହି ବୀରତା ପାଇଁ ତାଙ୍କୁ ମରଣତ୍ତୋର ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ‘ଶେର୍ ଶାହା’ ସିଂହ କିଙ୍ଗ ମଧ୍ୟ କୁହାଯାଏ।