ନ୍ୟୁଜ 365 (ବ୍ୟୁରୋ): ଜମ୍ମୁ-କଶ୍ମୀରରେ ଜୋରଦାର ଚାଲିଛି ଆତଙ୍କବାଦୀ ସଫେଇ ଅପରେସନ । ବିଭିନ୍ନ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଭାରତୀୟ ସେନା ଗୁଳିରେ ମାଟିରେ ମିଶୁଛନ୍ତି ଗୋଟିଏ ପରେ ଗୋଟିଏ କୁଖ୍ୟାତ ଆତଙ୍କବାଦୀ । ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ପାଇଁ ଜୁନ ଏବଂ ଜୁଲାଇ ମାସ ସବୁଠାରୁ ଘାତକ ହୋଇଛି। ସେନା ବାହିନୀର ସୂଚନା ଅନୁସାରେ,ଜୁନ ୧ ରୁ ଜୁଲାଇ ୨୦ ମଧ୍ୟରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୨୧ ଆତଙ୍କବାଦୀ ନିପାତ ହୋଇଛ଼ନ୍ତି । ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ଦେଶର ସୁରକ୍ଷା ବାହିନୀ ମଧ୍ୟରେ ମୁକାବିଲା ବୃଦ୍ଧି ପାଇଛି। ନିକଟରେ ଦୁଇ ଦିନ ମଧ୍ୟରେ ସେନା ପୁଞ୍ଚ ଜିଲ୍ଲାରେ ୬ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି ବୋଲି ସୂଚନା ମିଳିଛି ।