ନ୍ୟୁଜ 365 (ବ୍ୟୁରୋ): ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସ୍ପଷ୍ଟ ହେବା ପରେ ବାତିଲ ହେଲା ଜେଇ ସିଭିଲ ପରୀକ୍ଷା । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ ହୋଇଥିବା ପରୀକ୍ଷା ସିଭିଲ୍ ପରୀକ୍ଷାକୁ ବାତିଲ କରିଛି ବିଭାଗ। ଉକ୍ତ ପରୀକ୍ଷା ପାଇଁ ଘୋଷଣା ହେବ ନୂଆ ତାରିଖ । ତେବେ ଏହାକୁ ନେଇ ଚିନ୍ତାରେ ଚାକିରି ଆଶାୟୀ । କାରଣ ସେମାନେ ଏବେ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ ଏହି ପରୀକ୍ଷା ହୋଇଛି । ଯଦିଓ ସେ ସମୟରେ ଅନିୟମିତତାକୁ ନେଇ କୌଣସ ଅଭିଯୋଗ ଆସିନି କିନ୍ତୁ ଏବେ ପରୀକ୍ଷା ପ୍ରଶ୍ନ ପଅଛନ୍ତ୍ରତି ଲିକ୍ ହୋଇଥିବା ଜଣାପଡିବାରୁ ସନ୍ଦେହ ପ୍ରକାଶ କରିଛନ୍ତି ଆଶାୟୀ ।
ଏହି ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ଜଣେ ମହିଳାଙ୍କ ସମେତ ୯ ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ଓଡିଶା ବିହାର ଓ ଆନ୍ଧ୍ରପ୍ରଦେଶର ବୋଲି କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ଏତେ ବଡ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ଓଡିଶାରେ ବୋଧହୁଏ ବିରଳ । ପୂର୍ବରୁ ବିହାର, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ବ୍ୟାପମ ଭଳି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ।