ନ୍ୟୁଜ 365 (ବ୍ୟୁରୋ) କୁଖ୍ୟାତ ଗ୍ୟାଙ୍ଗଷ୍ଟରରୁ ଖଲିସ୍ତାନୀ ନେତା ବନିଥିବା ୩ ଜଣଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚାର୍ଜସିଟ୍ ଦାଖଲ କରିଛି। ସେମାନେ ହେଲେ ହରୱିନ୍ଦର ସିଂହ ସାନ୍ଧୁ , ଅର୍ଶଦୀପ ସିଂହ ଏବଂ ଲଖବୀର ସିଂହ ସାନ୍ଧୁ । ଏମାନେ ପାକିସ୍ତାନ ଓ କାନାଡ଼ାରେ ରହି ସେମାନଙ୍କ ଅପରାଧ ସାମ୍ରାଜ୍ୟ ଚଳାଇଛନ୍ତି। ବାବର ଖଲସା ଇଣ୍ଟରନ୍ୟାସନାଲ (ବିକେଆଇ)ର ରିଣ୍ଡା ଏବଂ ଲାଣ୍ଡା ସହିତ ଖଲିସ୍ତାନ ଟାଇଗର ଫୋର୍ସ (କେଟିଏଫ୍)ର ଡାଲା ବିରୋଧରେ ଶନିବାର ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି। ଏନଆଇଏର ସୂଚନା ଅନୁଯାୟୀ, ଏହି ବ୍ୟକ୍ତିମାନେ ଏମଟିଏସଏସ (ମନି ଟ୍ରାନ୍ସଫର ସର୍ଭିସ ସ୍କିମ) ଜରିଆରେ ଭାରତକୁ ଟଙ୍କା ପ୍ରେରଣ କରୁଛନ୍ତି। ଏମଟିଏସଏସ ହେଉଛି ଏକ ବ୍ୟକ୍ତିଗତ ଅର୍ଥ ସ୍ଥାନାନ୍ତର ସୁବିଧା ଯେଉଁଥିରେ ବିଦେଶରୁ ରହୁଥିବା ବ୍ୟକ୍ତିମାନେ ସେମାନଙ୍କ ପରିବାରର ରକ୍ଷଣାବେକ୍ଷଣ ପାଇଁ ଭାରତକୁ ଟଙ୍କା ପଠାଇଥାନ୍ତି। କିନ୍ତୁ ଏହି ମାଧ୍ୟମରେ ଆସୁଥିବା ଟଙ୍କାକୁ ଉପରୋକ୍ତ ଅପରାଧୀମାନେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସୁଯୋଗ ସୃଷ୍ଟି ଲାଗି ପ୍ରେରଣ କରିଥାନ୍ତି। ରିଣ୍ଡା ପାକିସ୍ତାନରେ ରହୁଥିବା ବେଳେ ଲାଣ୍ଡା ଏବଂ ଡାଲା କାନାଡ଼ାରେ ରହୁଛନ୍ତି। ସେଠାରେ ସେମାନେ ଭାରତରେ ଆତଙ୍କବାଦୀ କାର୍ଯ୍ୟ ପାଇଁ ଷଡ଼୍ଯନ୍ତ୍ର କରିଥାନ୍ତି ବୋଲି ଏନଆଇଏ ପକ୍ଷରୁ ସୂଚନା ମିଳିଛି ।