ନ୍ୟୁଜ 365 (ବ୍ୟୁରୋ): ମୁମ୍ବାଇ ପୁଲିସକୁ ଏକ ଅଜଣା ନମ୍ବରରୁ ଧମକପୂର୍ଣ୍ଣ କଲ୍ ଆସିଛି। ଦୁଇଜଣ ପାକିସ୍ତାନୀ ନାଗରିକ ଟ୍ୟାଙ୍କର ଭର୍ତ୍ତି ଆରଡିଏକ୍ସ ନେଇ ମୁମ୍ବାଇରୁ ଗୋଆ ଯାଉଛନ୍ତି ବୋଲି ମୁମ୍ବାଇ ପୋଲିସ କୁ କହିଛି କଲ କରିଥିବା ବ୍ୟକ୍ତି ।। କଲ୍ କରିଥିବା ବ୍ୟକ୍ତିଜଣକ ନିଜକୁ ପାଣ୍ଡେ ବୋଲି ପରିଚୟ ଦେଇଛି। ଉକ୍ତ କଲ୍ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି। କଲରେ କେତେ ସତ୍ୟତା ରହିଛି ତାହାର ତନାଘନା ଆରମ୍ଭ କରିଛି ପୋଲିସ । କୌଣସି ଠାରେ ଯେଭଳି କିଛି ଅଘଟଣ ନଘଟେ ସେଥିପ୍ରତି ପୁଲିସ ନଜର ରଖି କାର୍ଯ୍ୟ ଆରମ୍ଭ କରିଛି। ୱର୍ଲି ଥାନାରେ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି। ଗତ ପ୍ରାୟ ସପ୍ତାହକ ତଳେ ମୁମ୍ବାଇ ପୁଲିସକୁ ଏଭଳି ଏକ ଧମକ କଲ୍ ମିଳିଥିଲା। ସେଥିରେ ସହରରେ ବୋମା ଖଞ୍ଜାଯାଇଥିବା କୁହାଯାଇଥିଲା।