ନ୍ୟୁଜ 365 (ବ୍ୟୁରୋ): ସାଢେ଼ଚାରି କୋଟି ଓଡ଼ିଆଙ୍କ ଠାକୁର ସେ। ଓଡ଼ିଆ ଜାତିର ମଉଡ଼ମଣୀ। ବଡ଼ନାଟୁଆ, ଭକ୍ତ ବିକଳିଆ କାଳିଆ ପାଖରେ ଲାଗିଥାଏ ଷାଠିଏ ପଉଟି ଭୋଗ । ପ୍ରସାଦ ଭିତରେ ସର୍ବସ୍ରେଷ୍ଠ ଥାଏ ମହାପ୍ରସାଦ । ହେଲେ ଆପଣ ଜାଣନ୍ତି କି ଏହି ପ୍ରସାଦର ନାଁ କାହିଁକି ମହାପ୍ରସାଦ ଦିଆଯାଇଛି । ଆସନ୍ତୁ ଜାଣିବା ପ୍ରସାଦକୁ ମହାପ୍ରସାଦ କହିବାର କଣ ରହିଛି କାରଣ ?
ଶ୍ରୀନ୍ଦିରରୁ ପ୍ରସାଦ ବାହାରି ମାଆ ବିମଳାଙ୍କ ଠାରେ ସମର୍ପଣ କରାଯାଉଥିବାରୁ ମା’ଙ୍କ ପ୍ରସାଦ ବା ମହାପ୍ରସାଦ ବୋଲି କୁହାଯାଉଛି । ଏହି ମହାପ୍ରସାଦ ପଛରେ ରହିଛି ଏକ ବୈଚାରିକ ଚିନ୍ତାଧାରା । ଶ୍ରୀୟା ଚଣ୍ଡାଳୁଣି ଘରକୁ ମା’ ଲକ୍ଷ୍ମୀ ଯାଇଥିବା କାରଣରୁ ଜଗନ୍ନାଥ ଓ ବଳରାମ ବିରୋଧ କରିବା କଥା ଆମେ ସମସ୍ତେ ଲକ୍ଷ୍ମୀପୁରାଣରୁ ଜାଣିଛନ୍ତି । ମା’ଲକ୍ଷ୍ମୀ ଜାତିପ୍ରଥାର ବିରୋଧ କରିବା ଓ ସମାନତା ଆଣିବା ଉଦ୍ଦେଶ୍ୟରେ ଏ ମହାପ୍ରସାଦର ଉତ୍ପତ୍ତି । ସମାଜର ଜାତିପ୍ରଥା ଭଳି ଏକ ନିନ୍ଦନୀୟ ପ୍ରଥାକୁ ମହାପ୍ରସାଦ ଦୁରେଇଦେବାର ଅବଦାନ କିଛି କମ୍ ନୁହେଁ । ତେବେ କେହି ଅନ୍ୟଜାତିରେ ବନ୍ଧୁ ବାନ୍ଧିବାକୁ ଇଚ୍ଛା କରୁଥିଲା, ମହାପ୍ରସାଦ ଦେଇ ବନ୍ଧୁ ବାନ୍ଧିପାରୁଥିଲା । ଏପରିକି ଧରମ କରମ ସଂପର୍କ ମାଧ୍ୟମରେ ମଧ୍ୟ ଏକ ସମାନତା ତିଆରି କରାଯାଇପାରୁଥିଲା । ଜାତି ପ୍ରଥା ଭଳି ଏକ ଘୃଣିତ ବିଚାରଧାରାକୁ ମହାପ୍ରସାଦ ଧର୍ମୀୟଭାବନରେ ଦୂରେଇ ଦେବା ସହିତ ସମାଜରେ ସମାନତା ଆଣିବା ହେଉଛି ମୁଖ୍ୟ ଲକ୍ଷ୍ୟ ।