ସାଢେଚାକୋଟି ଓଡିଆଙ୍କ ଠାକୁରସେ, ଓଡିଆ ଜାତିର ମଉଡମଣୀ। ବଡନାଟୁଆ, ଭକ୍ତ ବିକଳିଆ କାଳି ପାଖରେ ଲାଗିଥିାଏ ସାଠିଏ ପଉଟି ଛପନ ଭୋଗ । ପ୍ରସାଦ ଭିତରେ ସର୍ବସ୍ରେଷ୍ଠ ଥାଏ ମହାପ୍ରସାଦ । ହେଲେ ଆପଣ ଜାଣନ୍ତିକି ଏହି ପ୍ରସାଦର ନାଁ କାହିଁକି ମହାପ୍ରସାଦ ଦିଆଯାଇଛି । ଆସନ୍ତୁ ଜାଣିବା ପ୍ରସାଦକୁ ମହାପ୍ରସାଦ କହିବାର କଣ ରହିଛି କାରଣ ?
ଏହା ମାଆ ବିମଳାଙ୍କ ଠାରେ ସମର୍ପଣ କରାଯାଉଥିବାରୁ ମା’ଙ୍କ ପ୍ରସାଦ ବା ମହାପ୍ରସାଦ ବୋଲି କୁହାଯାଉଛି । ଏହି ମହାପ୍ରସାଦ ପଛରେ ରହିଛି ଏକ ବୈଚାରିକ ଚିନ୍ତାଧାରା । ଶ୍ରୀୟା ଚଣ୍ଡାଳୁଣି ଘରକୁ ମା’ ଲକ୍ଷ୍ମୀ ଯାଇଥିବା କାରଣରୁ ଜଗନ୍ନାଥ-ବଳରାମ ବିରୋଧ କରିବା କଥା ଆମେ ସମସ୍ତେ ଲକ୍ଷ୍ମୀପୁରାଣରୁ ଜାଣିଛନ୍ତି ।
ମା’ଲକ୍ଷ୍ମୀ ଜାତିପ୍ରଥାର ବିରୋଧ କରିବା ଓ ସମାନତା ଆଣିବା ଉଦ୍ଦେଶ୍ୟରେ ଏ ମହାପ୍ରସାଦର ଉତ୍ପତ୍ତି । ସମାଜର ଜାତିପ୍ରଥା ଭଳି ଏକ ନିନ୍ଦନୀୟ ପ୍ରଥାକୁ ମହାପ୍ରସାଦ ଦୂରେଇଦେବାର ଅବଦାନ କିଛି କମ୍ ନୁହେଁ । ତେବେଳେ କେହି ଅନ୍ୟଜାତିରେ ବନ୍ଧୁ ବାନ୍ଧିବାକୁ ଇଚ୍ଛା କରୁଥିଲା, ମହାପ୍ରସାଦ ଦେଇ ବନ୍ଧୁ ବାନ୍ଧିପାରୁଥିଲା ।
ଏପରିକି ଧରମ କରମ ସଂପର୍କ ମାଧ୍ୟମରେ ମଧ୍ୟ ଏକ ସମାନତା ତିଆରି କରାଯାଇପାରୁଥିଲା । ଜାତି ପ୍ରଥା ଭଳି ଏକ ଘୃଣିତ ବିଚାରଧାରାକୁ ମହାପ୍ରସାଦ ଧର୍ମୀୟଭାବନରେ ଦୂରେଇ ଦେବା ସହିତ ସମାଜରେ ସମାନତା ଆଣିବା ହେଉଛି ମୁଖ୍ୟ ଲକ୍ଷ୍ୟ ।