ନ୍ୟୁଜ 365 (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଙ୍ଗ ଜରିଆରେ ୭୦ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ସରକାରୀ ଚାକିରି ପାଇଥିବା ଲୋକଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ଏହି ରୋଜଗାର ମେଳା ପାଖାପାଖି ଦେଶର ୪୪ଟି ସ୍ଥାନରେ ଆୟୋଜିତ କରାଯାଇଛି। ଏହା ପ୍ରଧାନମନ୍ତ୍ରୀଙ୍କ ୭ମ ରୋଜଗାର ମେଳା । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି, ଆଜି ଦେଶ ପାଇଁ ଏକ ଐତିହାସିକ ଦିନ। ଯୁବକମାନଙ୍କ ପାଇଁ ସରକାରୀ ଚାକିରିରେ ଯୋଗଦେବା ଏହା ଏକ ବଡ଼ ସୁଯୋଗ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ୯ ବର୍ଷରେ ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ରୋଜଗାର ପାଇଥିବା ଯୁବପିଢି ରାଜସ୍ୱ ବିଭାଗ, ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ସ୍କୁଲ ଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଜଳସେଚନ ବିଭାଗ, କର୍ମଚାରୀ ଏବଂ ତାଲିମ ଏବଂ ଗୃହ ବିଭାଗ ସହିତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ ।