ନ୍ୟୁଜ 365 (ବ୍ୟୁରୋ): ଏଣିକି ମାତୃଭାଷାରେ ପାଠ ପଢ଼ାଯିବ ସିବିଏସ୍ଇ ସ୍କୁଲରେ। ଓଡ଼ିଆ ସହ ଅନ୍ୟ ଭାଷାରେ ସିବିଏସ୍ଇ ସ୍କୁଲରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ଏନେଇ ଶନିବାର ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଅନୁସାରେ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ଓଡ଼ିଆରେ ପଢ଼ାଯିବ । ଦେଶରେ ୨୨ଟି ସ୍ଥାନୀୟ ଭାଷାରେ ସିବିଏସ୍ଇ ପାଠ୍ୟକ୍ରମ ଉପଲବ୍ଧ ହେବ । ଏନେଇ ଏନସିଇଆରଟିକୁ ପାଠ୍ୟ ପୁସ୍ତକ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବା ସହ ପରୀକ୍ଷା କରିବାକୁ ପ୍ରସ୍ତୁତି ମଧ୍ୟ ଚାଲିଛି ।