ଆପଣ ଜାଣନ୍ତିକି ଆମ ଆଖପାଖରେ ଏମିତି ସବୁ କିଛି ଔଷଧୀୟ ଗଛରହିଛି ଯହା ବହୁ ବଡବଡ ରୋଗରୁ ଆପଣଙ୍କୁ ଦୂରେଇ ରଖିପାରିବ । ନିମ୍ବପତ୍ର ହେଉକି ବେଲପତ୍ର ହେଉ, କି ପସାରୁଣୀ ପତ୍ର ହେଉ । ଏ ସବୁପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ, ବିଶେଷ କରି ପସାରୁଣୀ ପତ୍ରରେ ରହିଛି ଅନେକ ବଡବଡ ରୋଗକୁ ଦୂରେଇ ରଖିବାର ଶକ୍ତି । ପସାରୁଣୀ ପତ୍ରର ଗଛ ଲତାଜାତୀୟ ଅଟେ । ବିଶେଷ କରି ଏହି ପତ୍ରକୁ ଆୟୈୁବେଦିକ ଔଷଧରେ ବ୍ୟବହାର କରାଯାଇଥାଏ । ପସାରୁଣୀ ପତ୍ର ରସର ସ୍ବାଦ ଅତ୍ୟନ୍ତ କଷା ଓ ପିତା ରହିଥାଏ । ସ୍ବାଦ ଯେତେ ଖାରାପ ସ୍ବାସ୍ଥ୍ୟ ପାଇଁ ସେତେ ହିତକାରକ ।
ଗ୍ୟାସ ,କଫ, ବାତ, ଅର୍ଶ, ପିତ୍ତ, ଅଧକପାଳି, ଆଣ୍ଠ ୁଗଣ୍ଠି ବିନ୍ଧା ଆଦି ରୋଗରୁ ଆରାମ ଦେଇଥାଅ ପସାରୁଣୀ ପତ୍ର । ଗ୍ୟାସରୁ ରକ୍ଷା ପାଇବାକୁ ହେଲେ ଆପଣ ଯଦି ପସାରୁଣୀ ପତ୍ରକୁ ଗୋଲମରିଚ ସହିତ ବାଟି ପିଇଲେ ଗ୍ୟାଷ୍ଟିକ୍ ସମସ୍ୟା ଦୂରେଇଯାଏ । ଯଦି କେହି ନାଳରକ୍ତ ଝାଡା ହେଉଥିବେ ତେବେ ଏହି ପତ୍ରର ରସକୁ ପିଇପାରିବେ । ଦେଖିବେ କିଛି ସମୟ ମଧ୍ୟରେ ଉପସମ ମିଳିବ । ଏହା ବ୍ୟତୀତ ପସାରୁଣୀ ପତ୍ରକୁ ଉଷୁନା ଚାଉଳ ସାଙ୍ଗରେ ବାଟି ଜାଉ କରି ଖାଇଲେ ମଧ୍ୟ ଝାଡ଼ା ରୋଗ ଭଲ ହୋଇଥାଏ । କେବଳ ଏତିକି ନୁହେଁ, ପସାରୁଣୀ ମୂଳକୁ ପାଣିରେ ସିଝାଇ ଥଣ୍ଡା କରି ଛାଣି ସେଥିରେ ମିଶ୍ରି ମିଶାଇ ଦିନକୁ ୪-୫ ଥର ପିଇଲେ, ସମସ୍ତ ପ୍ରକାର ପେଟ ରୋଗ ମଧ୍ୟ ଭଲ ହୋଇଥାଏ ।
ଖମ୍ଡିଆ ହୋଇଥିବା ସ୍ଥାନରେ ପତ୍ରକୁ ଛେଚି ରସ ଲଗାଇ ଦେଲେ ଘାଟି ଶୀଘ୍ର ସୁଖିଯିବା ସହିତ ଦରଜ ମଧ୍ୟ କମିଯାଇଥାଏ ।ଏହାଛଡା ପତ୍ରକୁ ନିଆଁରେ ସେକି ଫୁଲା ବା ଦରଜ ଜାଗାରେ ବାନ୍ଧିଲେ, ଦରଜ ଓ ଫୁଲା ଭଲ ହୋଇଥାଏ ।
ପସାରୁଣୀ ତେଲକୁ ମାଲିସ୍ କଲେ ଆଣ୍ଠୁ ଗଣ୍ଠି ଦରଜରୁ ଆସ୍ବସ୍ତି ମିଳେ । ଏଥିପାଇଁ ପସାରୁଣୀ ପତ୍ରକୁ କୁଟି ତାକୁ ପାଣିରେ ସିଝାନ୍ତୁ। ପରେ ଅଳ୍ପ ପାଣି ମରିଗଲେ, ଏଥିରେ ସୋରିଷ ତେଲ ମିଶାନ୍ତୁ ଓ ପରେ ସବୁ ପାଣି ମରି ଖାଲି ତେଲ ରହିବା ଯାଏ ଫୁଟାନ୍ତୁ। ଏହି ତେଲକୁ ଆଣ୍ଠୁ ଗଣ୍ଠି ଦରଜ ହେଲେ ଦରଜ ମାଲିସ କରନ୍ତୁ। ମାଲିସ୍ କଲାବେଳେ ତଳୁ ଉପରଆଡ଼କୁ ମାଲିସ୍ କରନ୍ତୁ। କେବଳ ଏତିକି ନୁହେଁ ପସାରୁଣୀ ପତ୍ର ସହିତ ଗୋଲମରିଚ ବାଟି ଖାଇଲେ ଗୋଡ଼ ହାତ ଘୋଳାବିନ୍ଧା ମଧ୍ୟ ଠିକ୍ ହୋଇଯାଏ ।