ଖୋଲିବ ହୀରାକୁଦ ଡ୍ୟାମର ୫ଟି ଗେଟ୍ । ପ୍ରଥମ ପଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ । ଆସନ୍ତାକାଲି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ କରିବ ହିରାକୁଦ୍ ଡ୍ୟାମ୍ । ପ୍ରତ୍ୟେକ ସେକେଣ୍ଡରରେ ୭୫ ହଜାର ରୁ ଅଧିକ କ୍ୟୁସେକ୍ ଜଳ ହେବ ନିଷ୍କାସିତ । ତେବେ ତଳମୁଣ୍ଡରେ ବନ୍ୟା ଆସିବାର ଆଶଙ୍କା କରାଯାଉଛି। ସେଥିପାଇଁ ସତର୍କତା ମଧ୍ୟ ଦାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚରଣ ସାହୁ । ସେ ଆହୁରି ବି କହିଛନ୍ତି ସ୍ଥିତିକୁ ଦେଖି ଆଗାମୀ କେତୋଟି ଗେଟ୍ ଖୋଲାଯିବ ଜଣାପଡିବ ।