ନ୍ୟୁଜ 365 (ବ୍ୟୁରୋ): ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ପିସିସି ସଭାପତିଭାବେ ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକଙ୍କ ଏହା ପ୍ରଥମ ବୈଠକ। ତେବେ ବୈଠକରେ ଦୁଇ ନେତାଙ୍କ ନିଲମ୍ବନ ପ୍ରସଙ୍ଗରେ ହେବ ଆଲୋଚନା । ବଡ଼ କଥା ହେଉଛି ଗତ କିଛିଦିନ ଧରି ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ସମର୍ଥକମାନେ ଦୁହିଁଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରି ପ୍ରତିବାଦ କରୁଥିବାରୁ ଚଳିତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ କଗ୍ରେସ ଭବନ ନୁହେଁ ବରଂ ଏକ ତାରକା ହୋଟେଲକୁ ବୈଠକକୁ ସ୍ଥାନାନ୍ତରିତ କରାଯାଇଥିବା ଚର୍ଚ୍ଚା ହେଉଛି ।
କେବଳ କାର୍ଯ୍ୟକାରିଣୀ ବୈଠକ ନୁହେଁ ରାଜନୈତିକ ବ୍ୟାପାର ଓ କର୍ମକର୍ତା କମିଟି ବୈଠକ ଅନୁଷ୍ଠିତ ହେବ। ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାରଙ୍କ ସମେତ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ କଂଗ୍ରେସ ନେତୃବୃନ୍ଦ ଏଥିରେ ସାମିଲ ହେବେ। ଧନ୍ୟବାଦ ପ୍ରସ୍ତାବ ସହିତ ଶୋକ ପ୍ରସ୍ତାବ, କୃଷି ଓ ଅର୍ଥନୈତିକ ପ୍ରସ୍ତାବ ଆଗତ କରାଯିବ।