ନ୍ୟୁଜ 365 (ବ୍ୟୁରୋ): ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ମୋଟ ୨୯୫ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେହିପରି ସାମାନ୍ୟ ଆହତଙ୍କ ସଂଖ୍ୟା ୪୫୧ ରହିଛି ଏବଂ ୧୮୦ ଜଣ ଯାତ୍ରୀ ଫାଷ୍ଟ-ଏଡ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି । ରାଜ୍ୟସଭାରେ ଲିଖିତ ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ରେଳମନ୍ତ୍ରୀକହିଛନ୍ତି, ଦୁର୍ଘଟଣାରେ ୨୫୪ ଜଣ ମୃତ ଯାତ୍ରୀଙ୍କର ଶବକୁ ଚିହ୍ନଟ କରାଯାଇ ସେମାନଙ୍କର ପରିଜନଙ୍କୁ ହସ୍ତାନ୍ତର କରାଯାଇଛି। କିନ୍ତୁ ଏବେ ବି ୪୧ ଜଣଙ୍କର ପରିଚୟ ମିଳିପାରି ନାହିଁ। ଅଚିହ୍ନା ଶବକୁ ଏମ୍ସ ଭୁବନେଶ୍ବରରରେ ରଖାଯାଇଛି। ଶବ ଗୁଡିକରେ ନମୁନା ନୂଆଦିଲ୍ଲୀ ସିଏଫ୍ଏସ୍ଏଲ୍କୁ ପରୀକ୍ଷା ପାଇଁ ନିଆଯାଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି। ସେହିପରି ଜୁଲାଇ ୧୬ ସୁଦ୍ଧା ୨୯.୪୯ କୋଟି ଟଙ୍କା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଛି। ପ୍ରତ୍ୟେକ ମୃତକଙ୍କ ବାବଦରେ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି ବୋଲି ରାଜ୍ୟସଭାରେ ଲିଖିତ ଉତ୍ତର ରଖି ତଥ୍ୟ ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବାଲେଶ୍ବର ଟ୍ରେନ ଦୁର୍ଘଟଣା ସିଗନାଲ୍ ତ୍ରୁଟିରୁ ହୋଇଥିଲା । ସିବିଆଇ ଏହି ଦୁର୍ଘଟଣାର ତଦନ୍ତ ଜାରି ରଖିଛି ।