ନ୍ୟୁଜ 365 (ବ୍ୟୁରୋ): ସୀମା ହାଇଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ତାଙ୍କୁ ପାକିସ୍ତାନ ନ ଫେରାଯାଉ । ତାଙ୍କୁ ପାକିସ୍ତାନ ଫେରାଇ ଦିଆଗଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି ସାୀମା ହାଇଦର ।ଭାରତୀୟ ପ୍ରେମିକ ପାଇଁ ପାକିସ୍ତାନରୁ ବେଆଇନ ଭାବେ ଭାରତ ଆସିଛନ୍ତି ସୀମା । ତାଙ୍କୁ ପାକିସ୍ତାନର ଗୁପ୍ତଚର ବୋଲି ମଧ୍ୟ ସନ୍ଦେହ କରାଯାଉଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନ ସେନା ସହ ସୀମାଙ୍କର ସମ୍ପୃକ୍ତି ଥିବା ମଧ୍ୟ ଆଲୋଚନା ହେଉଛି । ସେହିପରି ସୀମାଙ୍କ ଭାଇ ଏବଂ କାକା ମଧ୍ୟ ପାକିସ୍ତାନ ସେନାରେ କାମ କରୁଛନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ସୋମବାର ଉତ୍ତରପ୍ରଦେଶ ପୁଲିସ ସୀମା ହାଇଦରଙ୍କ ଠାରୁ ୫ଟି ପାକିସ୍ତାନୀ ପାସପୋର୍ଟ ଓ ୪ଟି ମୋବାଇଲ ଜବତ କରିଛି । କିନ୍ତୁ ସେ ବାରମ୍ବାର ତାଙ୍କ ଦାବି କରୁଛନ୍ତି ଯେ ସେ ଗୁପ୍ତଚର ନୁହନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କୁ ପାକିସ୍ତାନକୁ ନଫେରାଇବାପାଇଁ ସେଅନୁରୋଧ କରିଛନ୍ତି। ସୀମା ହାଇଦର ପାକିସ୍ତାନୀ ଗୁପ୍ତଚର ହୋଇଥିବାସନ୍ଦେହ କରି ପୋଲିସ ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛି ।