ନ୍ୟୁଜ 365 (ବ୍ୟୁରୋ): ଚନ୍ଦ୍ର ପରେ ଏବେ ସୂର୍ଯ୍ୟଙ୍କ ଉପରେ ଲକ୍ଷ ରଖିଛି ଭାରତୀୟ ମହାକାଶ ବିଜ୍ଞାନ କେନ୍ଦ୍ର । ଚନ୍ଦ୍ରଯାନ -3 ପରେ ଆରମ୍ଭ ହେବାକୁ ଯାଉଛି ମିଶନ ‘ଆଦିତ୍ୟ ଏଲ୍-୧’ । ‘ଇସ୍ରୋ’ ଆସନ୍ତା ମାସରେ ସୌର ଅଭିଯାନରେ ‘ଆଦିତ୍ୟ ଏଲ୍-୧’ର ଉତକ୍ଷେପଣ କରିବ ବୋଲି ସୂଚନା ମିଳିଛି । ଏହି ଯାନ ମାଧ୍ୟମରେ ସୂର୍ୟ୍ୟଙ୍କର ଗତିବିଧି ରେକର୍ଡ କରାଯିବ। ସୂର୍ୟ୍ୟର ଗତିବିଧି ମହାକାଶର ପାଣିପାଗ ଉପରେ କିପରି ପ୍ରଭାବ ପକାଇଥାଏ ତାହା ମଧ୍ୟ ଏଥିରୁ ଜଣାପଡିବ । ‘ଆଦିତ୍ୟ ଏଲ-୧’ ମିଶନ ଆସନ୍ତା ଅଗଷ୍ଟ ୨୬ରେ ଲଞ୍ଚ ହେବ । ସୂଚନା ମୁତାବକ, ଇସ୍ରୋ ମୁଖ୍ୟ ସୋମନାଥ ଏସ୍ କହିଛନ୍ତି ଯେ, ଆଦିତ୍ୟ-ଏଲ୍-୧ ଅଭିଯାନ ସୂର୍ୟ୍ୟର ଅଧ୍ୟୟନ କରିବ । ସହ ସୌର ଗ୍ରହ ଅଧ୍ୟୟନ ପାଇଁ ଏକ ସାଟେଲାଇଟ୍ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ପୃଥିବୀଠାରୁ ଏହାର ଦୂରତା ୧୫ ଲକ୍ଷ କିଲୋମିଟର । ଏହି ଦୂରତାରୁ ଏହି ସାଟେଲାଇଟ୍ ସୂର୍ୟ୍ୟଙ୍କୁ ଭଲ ଭାବରେ ଅନୁଧ୍ୟାନ କରିପାରିବ। ଏହା ଭାରତର ପ୍ରଥମ ସୌର ମିଶନ ବୋଲି ସୂଚନା ମିଳିଛି ।