ନ୍ୟୁଜ 365 (ବ୍ୟୁରୋ): ଆଜିକାଲି ମୋଟାପଣ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ବ୍ୟସ୍ତବହୁଳ ଜୀବନରେ ସଭିଏଁ ବ୍ୟସ୍ତ । ମାତ୍ର ଶରୀରକୁ ଉପଯୁକ୍ତ ସମୟ ନଦେବା କାରଣରୁ ମୋଟା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ବ୍ୟକ୍ତିମାନେ । ଅଧିକ ମୋଟା ହେବା କାରଣରୁ ବିଭିନ୍ନ ସମୟରେ ଅନେକ ଅଜଣା ରୋଗ ମାଡିବସୁଛି । ଆମେ ଅଫିସରେ କାର୍ଯ୍ୟ କରୁଥିବା ସମୟରେ ମାନସିକ ଚିନ୍ତନର ଅଧିକ ବିନିଯୋଗ କରାଯାଉଥିବାବେଳେ ସେହି ଅନୁପାତରେ ଶାରୀରିକ ସ୍ତରରେ ଆମେ ନିଜକୁ ଫିଟ ରଖିବାକୁ ସମୟ ଦେଉନାହାଁନ୍ତି । ଯାହା ବର୍ତ୍ତମାନ ଯୁବପିଢ଼ିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ହେଲେ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ କଥା କହିବୁ ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ବେଶ୍ ସହାୟକ ହେବ । ସାଧାରଣତଃ ଅଧିକାଂଶ ଲୋକ ପ୍ରତିଦିନ ଭାତ , ଡାଲି ଖାଆନ୍ତି । ଏହି ଖାଦ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭ ଦାୟକ ତା ଠାରୁ ବେଶି ଆପଣଙ୍କ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । କେବଳ ମସୁର ଡାଲି ଏବଂ ଭାତ ଆପଣଙ୍କ ମୋଟାପଣକୁ ଦୂର କରିବ ।
ଆପଣ ଜାଣନ୍ତି କି ମସୁର ଡାଲିରେ ଅଧିକ ପରିମାଣରେ ପ୍ରୋଟିନ୍ ଏବଂ ଫାଇବର ଥାଏ । ସେହିପରି ଭାତରେ ବିପୁଳ ମାତ୍ରାରେ କାର୍ବୋହାଇଡ୍ରେଟ୍ ରହିଛି । ତେଣୁ ଆପଣ ଯଦି ଏକାସାଙ୍ଗରେ ମସୁର ଡାଲି ଓ ଭାତ ଖାଉଛନ୍ତି ତେବେ ଶରୀରକୁ କାର୍ବୋହାଇଡ୍ରେଟ୍ ସହ ଅନେକ ଭିଟାମିନ୍ ମିଳିଥାଏ । କେବଳ ଏତିକି ନୁହେଁ ଏହି ଦୁଇଟି ଖାଦ୍ୟ ଆମ ଶରୀରରେ ଶକ୍ତି ଉପନ୍ନ କରିବା ସହ ହଜମ ପ୍ରକ୍ରିୟାକୁ ବଢ଼ାଇଥାଏ । ଏହାସହ ଆପଣଙ୍କ ଓଜନ ହ୍ରାସ କରିବାରେ ବେଶ୍ ସହାୟକ ହୋଇଥାଏ । ଆପଣ ରାତ୍ରି ଭୋଜନରେ ସପ୍ତାହକୁ ମାତ୍ର ୪ ଥର ଭାତ , ଡାଲି ଖାଆନ୍ତୁ ଯାହା ଆପଣଙ୍କ ଓଜନକୁ ଖୁବ୍ଶୀଘ୍ର ହ୍ରାସ କରିବ । କେବଳ ଏତିକି ନୁହେଁ ଏହାକୁ ଖାଇବା ଦ୍ୱାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।