ନ୍ୟୁଜ 365 (ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ବଢୁଥିବା ଅପରାଧକୁ ନିୟନ୍ତ୍ରଣ କରିବାକୁ କଠୋର ହେଉଛି ଓଡ଼ିଶା ପୋଲିସ। ଅପରାଧୀ ସାବ୍ୟସ୍ତ ହେବା ପରେ ଅଭିଯୁକ୍ତର ଘର ଭାଙ୍ଗିଦେଉଛି ପୋଲିସ। ଏହି କ୍ରମରେ ସୁଶାନ୍ତ ନାଏକ ହତ୍ୟା ମାମଲାରେ ଜେଲରେ ଥିବା ଅଭିଯୁକ୍ତର ଘରକୁ ଗୁରୁବାର ଭୁବନେଶ୍ୱର କମିସନରେଟ୍ ପୁଲିସ ଭାଙ୍ଗି ଦେଇଛି। ଜିଇଡି ବସ୍ତିରେ ଥିବା ଏହି ଘରଟି ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ କରାଯାଇଥିଲା। ଜୋନ୍ ୧ର ଏସିପି ମାନସ ଗଡ଼ନାୟକ କହିଛନ୍ତି, ଭଙ୍ଗାରୁଜା ଅପରାଧୀଙ୍କ ପାଇଁ ଏକ ବାର୍ତ୍ତା ଥିଲା ଯେ ସେମାନଙ୍କୁ ବରଦାସ୍ତ କରାଯିବ ନାହିଁ। ଅପରାଧୀମାନେ ସମସ୍ତ ପ୍ରକାର ଅସାମାଜିକ କାମରୁ ଦୂରେଇ ରୁହନ୍ତୁ, ନଚେତ୍ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମେ ବାର୍ତ୍ତା ଦେବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।
ଗତ ୨୪ ତାରିଖ ସକାଳେ ସୁଶାନ୍ତ ନାଏକଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପାଇଁ ପୁଲିସ ବିଶାଲ ନାଏକକୁ ଗିରଫ କରିଥିବା ବେଳେ ସେ ଏବେ ଜେଲରେ ଅଛି। ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ଘର ଭାଙ୍ଗିଛି ଭୁବନେଶ୍ୱର ପୋଲିସ। ଗତ ଜାନୁଆରି ମାସରେ ଜଣେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ)ଙ୍କ ଘରୁ ୧୨ ଲକ୍ଷ ଟଙ୍କାର ମୂଲ୍ୟବାନ ସାମଗ୍ରୀ ଲୁଟ୍ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ଘରକୁ ପୁଲିସ ଭାଙ୍ଗି ଦେଇଥିଲା। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଅପରାଧୀଙ୍କ ପାଇଁ ବାଧକ ସାଜିଥିବା ବେଳେ ସେମାନଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ବାର୍ତ୍ତା ଦେବାରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି।