ନ୍ୟୁଜ 365 (ବ୍ୟୁରୋ): ସୁନ୍ଦର ହେବା ପାଇଁ କିଏ ବା ନଚାହେଁ । ପୁଅ ହେଉ ବା ଝିଅ ସମସ୍ତେ ଚାହାନ୍ତି ଗୋରା ହେବା ପାଇଁ । ବିବାହ ପାଇଁ ପୁଅଟିଏ ଖୋଜେ ସୁନ୍ଦର ଝିଅଟିଏ ଆଉ ଝିଅଟିଏ ଖୋଜେ ସୁନ୍ଦର ପୁଅଟିଏ । ଏଥିପାଇଁ ଉଭୟ ପୁଅ ଝିଅ ଆପଣାନ୍ତି ଭିନ୍ନ ଭିନ୍ନ ତରିକା । କିଏ ପାର୍ଲର ଯାଇ ଗୋରା ହେବା ପାଇଁ ଫେସିଆଲ ହୁଏ ତ, ଆଉ କିଏ ଘରୋଇ ଉପଚାର ମାଧ୍ୟମରେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚେଷ୍ଟା କରେ । ଆଉ କିଛି ପ୍ଲାଷ୍ଟିକ ସର୍ଜରୀ ମାଧ୍ୟମରେ ନିଜ ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତି । ଯେଉଁଥିପାଇଁ ଖର୍ଚ୍ଚ କରିବାକୁ ପଡିଥାଏ ଲକ୍ଷାଧିକ ଟଙ୍କା । ହେଲେ ଆପଣ ଜାଣନ୍ତି କି କେବଳ କଷ୍ଟମେଟିକ୍ ନୁହେଁ , ଖାଦ୍ୟଶୈଳୀ ମଧ୍ୟ ଆପଣଙ୍କ ସୌନ୍ଦର୍ଯ୍ୟକୁ ଗୋରା ହେବାରେ ସାହାଯ୍ୟ କରିଥାଏ ।
ଆପଣ ଜାଣନ୍ତି କି ହରମୋନାଲ ବାଲାନ୍ସ ନଥିଲେ ତ୍ୱଚାରେ ଦାଗ ଦେଖାଦିଏ । ତେଣୁ ସୁଷମ ଖାଦ୍ୟ ଖାଇବା ସହିତ ସତେଜ ଫଳ ଖାଇବା ଆବଶ୍ୟକତା ରହିଛି । ଯାହା ଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ଜଳ ଦିଶିବ । ଖାଲିସେତିକି ନୁହେଁ ଫଳମୂଳ ସହିତ ଆପଣଙ୍କ ଖାଦ୍ୟରେ ପନିପରିବା ସାମିଲ କରନ୍ତୁ । ଫାଷ୍ଟ ଫୁଡକୁ ଖାଇବା ତାଲିକାରେ ସାମିଲ କରନ୍ତୁ ନାହିଁ , ଯେତେ ସମ୍ଭବ ଫାଷ୍ଟ ଫୁଡଠାରୁ ଦୂରେଇ ରୁହନ୍ତୁ । ଏହାସହ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ । କାରଣ ଶରୀରର ଜଳୀୟଅଂଶ ଠିକ୍ ରହିବା ଦ୍ୱାରା ଆମ ତ୍ୱଚା ଉଜ୍ଜଳ ଦିଶିଥାଏ ।
ଏହାସହ ଅତ୍ୟଧିକ ଲୁଣଯୁକ୍ତ ଖାଦ୍ୟ ଏବଂ ଚିନି ଥିବା ଖାଦ୍ୟକୁ ଗ୍ରହଣ କରନ୍ତୁ ନାହିଁ । ଭିଟାମିନ୍ ଇ, ସି ଖାଦ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ସବୁଠୁ ବଡ଼ କଥା ହେଉଛି ବ୍ୟାୟାମ କରି ଝାଳ ବାହାରିବା ଦ୍ୱାରା ଆପଣଙ୍କ ତ୍ୱଚାରେ ଚମକ ଆସିବ । ଏହାସହ ପ୍ରତିଦିନ ୭ରୁ ୮ଘଣ୍ଟା ଶୋଇବାର ଆବଶ୍ୟକତା ରହିଛି । ନିଜକୁ ଅବସାଦରୁ ଦୂରେଇ ରଖିବା ଆବଶ୍ୟକ । ସୂର୍ଯ୍ୟ କିରଣରୁ ତ୍ୱଚାକୁ ଦୂରେଇ ରଖନ୍ତୁ । ଏହାସହ ଖରାରେ ବାହାରକୁ ଯାଉଥିଲେ ସନକ୍ରିନ୍ ଲୋସନ ଲଗାନ୍ତୁ ଏସବୁ କରିବା ଦ୍ୱରା ହିଁ ଆପଣଙ୍କ ତ୍ୱଚା ଅଧିକ ଉଜ୍ଜଳ ହେବା ସହ ଆପଣଙ୍କ ମୁହଁ କାଚଭଳି ଚମକିବ ।