ନ୍ୟୁଜ 365 (ବ୍ୟୁରୋ): ରାଜସ୍ଥାନ ଓ ମଣିପୁରରେ ଭୂମିକମ୍ପ ଅନୁଭୂତ ହୋଇଛି । ରାଜସ୍ଥାନର ଜୟପୁରରେ ଗୋଟିକ ପରେ ଗୋଟିଏ ୩ ଥର ଭୂକମ୍ପନ ହୋଇଛି । ସେହିପରି ମଣିପୁର ମଧ୍ୟ ଗୋଟିଏ ଥର ଭୂମିକମ୍ପ ଅନୁଭୂତ ଦେଇଛି । କିନ୍ତୁ, ଏଥିରେ କେହି ମୃତାହତ କିମ୍ବା କିଛି କ୍ଷୟକ୍ଷତି ହୋଇନଥିବା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ଭୂମିକମ୍ପର ତୀବ୍ରତା ଥିଲା ୪.୪। ଦ୍ବିତୀୟ ଭୂମିକମ୍ପର ତୀବ୍ରତା ଥିଲା ୩.୧ ଏବଂ ତୃତୀୟ ଭୂମିକମ୍ପର ତୀବ୍ରତା ଥିଲା ୩.୪। ସେହିପରି ମଣିପୁରର ଉରୁକୁଲ୍ ଅଂଚଳରେ ଭୂମିକମ୍ପର ତୀବ୍ରତା ୩.୫ ଥିଲା ବୋଲି ସୂଚନା ମିଳିଛି । ଭୂଗର୍ଭର ୨୦ କିଲୋମିଟର୍ ଅଭ୍ୟନ୍ତରରେ ଥିଲା ଏହାର ଉତ୍ପତ୍ତିସ୍ଥଳ। ଭୂକମ୍ପନ ଅନୁଭୂତ ହେବାରୁ ଲୋକେ ଭୟଭିତ ହୋଇ ଘରୁ ବାହାରକୁ ଧାଇଁ ଆସିଥିଲେ। କିନ୍ତୁ, ଏଥିରେ କେହି ମୃତାହତ କିଂବା କିଛି କ୍ଷୟକ୍ଷତି ହୋଇନଥିବା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି ।