Sunday, May 11, 2025
No Result
View All Result
Odisha 365

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ମନୋରଞ୍ଜନ

ହାପି ବାର୍ଥଡେ ନସିରୁଦ୍ଦିନ

param by param
Jul 20, 2023, 07:05 pm GMT+0530
FacebookTwitterWhatsAppTelegram
 ନ୍ୟୁଜ 365 (ବ୍ୟୁରୋ): ନିଜର ଚମତ୍କାର ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ଆଜି 73ତମ ଜନ୍ମଦିନ । ନାସିରୁଦ୍ଦିନ 1950 ମସିହା ଜୁଲାଇ 20 ରେ ଉତ୍ତରପ୍ରଦେଶର ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ମାତ୍ର 14 ବର୍ଷ ବୟସରୁ ହିଁ ଅଭିନୟ ଆରମ୍ଭ କରିଥିଲେ । ନାସିରୁଦ୍ଦିନ ଶାହା ସେଣ୍ଟ ଆନ୍ସେଲମର ଅଜମେରରେ ପାଠ ପଢିଥିଲେ ଏବଂ 1971 ମସିହାରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରୁ କଳା ଶିକ୍ଷା ଲାଭ କରିବା ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଡ୍ରାମାରେ ଅଶଂ ଗ୍ରଣ କରିଥିଲେ । ନାସିର ପାଠ ପଢିବାରେ ଟିକେ ଦୁର୍ବଳ ରହିଥିଲେ । ହେଲେ ପାତାଙ୍କ ଇଚ୍ଛାଥିଲା ନାସିର ଭଲ ପାଠ ପଢୁ ବୋଲି । ପରିବାରର ଅନିଚ୍ଛା ସତ୍ବେ ନାସିର ଅନେକ ଥର ବାପାଙ୍କ ବିରୋଧରେ ଯାଇଥିଲେ । ଅଭିନୟ ପ୍ରତି ଋଚି ରଖୁଥିବା ନାସିରଙ୍କ ପାଇଁ ସ୍କୁଲ ଡ୍ରାମା ଥିଲା ଏକ ଟଣିଂପଏଣ୍ଟ । ଯେଉଁଠାରେ ସେ ନିଜ ଅଭିନର ଯାଦୁ ଦେଖାବାର ସୁଯୋଗ ପାଇଥିଲେ । ଆଉ ଏଇଠୁହିଁ ଆରମ୍ଭ ହୋଇଥିଲା ନାସିରଙ୍କ ଅଭିନୟର ଜୀବନ ଯାତ୍ରା, ଆଉ ୟା ପରଠାରୁ ନାସିର କେବେ ପଠକୁ ଫେରି ଚାହିଁ ନାହାଁନ୍ତି ।
ଖାଲି ଏମିତି ନୁହେଁ, ନାସିର ନିଜ ଅଭିନୟରେ ଯେତିକି ଯେତିକି ପ୍ରସଂଶା ସାଉଣ୍ଟୁଥିଲେ, ସେତିକି ସେତେକି ସେତିକି ସମାଲୋଚନା ମଧ୍ୟ ହୋଇଥିଲେ । ତିନି, ତିନି ଥର ନ୍ୟାସନାଲ ଆଓ୍ବାର୍ଡ ପ୍ରାପ୍ତ ବଲିଉଡ ସୁପରଷ୍ଟାରକୁ ନେଇ ଅନେ ବିବାଦ ମଧ୍ୟ ହୋଇଥିଲା । 50ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତାଙ୍କର ରହିଛି କେତେଗୁଡିଏ ଐତିହାସିକ ଚଳଚିତ୍ର । ଯେଉଁ ଥିରୁ ରହିଛି 1979 ମସିହାରେ ନିର୍ମିତ ଚଳଚ୍ଚିତ୍ର ସ୍ପର୍ଶ । ଏହିଚଳଚିତ୍ରରେ ଅନିରୁଦ୍ଧ ପରମାର ଚରିତ୍ରରେ ଅଭିନୟ କରିଥିଲେ ନାସିରୁଦ୍ଦିନ । ଯାହା ତାଙ୍କୁ ଦେଇଥିଲା ସ୍ବତନ୍ତ୍ର ଏକ ପରିଚୟ । ସାଇ ପରଞ୍ଜପେଙ୍କ ନିର୍ଦ୍ଦେଶିତ ନାସିରୁଦ୍ଦିନ ଶାହା ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏଥିରେ ଶବାନା ଆଜମୀ ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ଏହି ଫିଲ୍ମରେ ଦୁହେଁ ଅନ୍ଧ ଲୋକଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର ନାମ ଅନୁଯାୟୀ, ଏହି ଅନ୍ଧ ଲୋକମାନେ ପରସ୍ପରକୁ ଛୁଇଁ ପ୍ରେମରେ ପଡ଼ନ୍ତି |କିଛି କାରଣ ହେତୁ ଏହି ଚଳଚ୍ଚିତ୍ରଟି ପ୍ରାୟ ଚାରି ବର୍ଷ ପରେ ରିଲିଜ୍ ହୋଇଥିଲା ।
କିନ୍ତୁ ତଥାପି ନାସିରୁଦ୍ଦିନ ଶାହାଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା | ଏହା ବ୍ୟତୀତ ସେ ଶ୍ରେଷ୍ଠ ଅଭିନେତା ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ ଖାଲି ସେତିକି ନୁହେଁ ବରଂ 1980 ମସିହାରେ ଚଳଚ୍ଚିତ୍ର ଆକ୍ରୋଶ ରେ ଭାସ୍କର କୁଲକର୍ଣ୍ଣି ଚରିତ୍ରରେ ଅଭିନୟ କରି ବେଶ ପ୍ରଶଂସା ସାଉଣ୍ଟି ଥିଲେ ନାସିର । ଏହି ଚଳଚିତ୍ରରେ ସେ ଜଣେ ଓକିଲ ଭୂମିକାରେ ଅଭିନୟ କରିଥିଲେ। ପୁଣି ଏହି ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା | ଗୋବିନ୍ଦନିହାଲାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ନାସିରୁଦ୍ଦିନ ଶାହା, ଓମ ପୁରୀ, ଅମ୍ରିଶ ପୁରୀ ଏବଂ ସ୍ମିତା ପାଟିଲ ମୁଖ୍ୟ ଭୂମିକାରେ ଅଭିନୟ ମଧ୍ୟ କରିଥିଲେ ।
ପରେ 1981 ମସିହାରେଚଳଚ୍ଚିତ୍ର ଚକ୍ର ରେ ଲୁକ୍କା ଚରିତ୍ରରେ ଆସି ଦର୍ଶକଙ୍କ ମନକିଣଇଥିଲେ | ଏହି ଚଳଚ୍ଚିତ୍ରରେ ନାସିରୁଦ୍ଦିନ ମଧ୍ୟ ଉତ୍କୃଷ୍ଟ ଅଭିନୟ ଦେଇଛନ୍ତି। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ସେ 1999 ମସିହାରେ ଚଳଚ୍ଚିତ୍ ସରଫରୋଶରେ ଅଭିନୟ କରିଥିଲେ । ଏହି ଚଳଚିତ୍ରରେ ଗୁଲଫାମ ହାସନଙ୍କ ଚରିତ୍ରରେ ନଜର ଆ ସିଥିଲେ |ଏହି ଚଳଚ୍ଚିତ୍ରରେ ଜଣେ ଭିଲେନ୍ ହୋଇ ନାସିରୁଦ୍ଦିନ ତାଙ୍କର ଅଭିନୟ ଶକ୍ତିର ପ୍ରମାଣ ଦେଖାଇଥିଲେ | ଚଳଚ୍ଚିତ୍ର ଆରମ୍ଭରେ ସେ ନିଜକୁ ପାକିସ୍ତାନୀ ଗଜଲ ଗାୟକ ଗୁଲଫାମ ହାସନ ଭାବରେ ପରିଚିତ କରିଥିଲେ । ଯେତେବେଳେ କି, ପରେ ସେ ପାକିସ୍ତାନୀ ଆତଙ୍କବାଦୀ ରୂପେ ପରିଣତ ହେଲେ | ନାସିରୁଦ୍ଦିନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଆମୀର ଖାନ, ସୋନାଲି ବେନ୍ଦ୍ରେ, ମୁକେଶ ଖ୍ରୀଷି, ଗୋବିନ୍ଦ ନାମଦେବ ଏବଂ ପ୍ରଦୀପ ରାୱତ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ନାସିରୁଦ୍ଦିନ ଶ୍ରେଷ୍ଠ ଭିଲେନ୍ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ । ଯାହା ତାଙ୍କ ଅଭିନୟ ଜୀବନରେ ରଙ୍ଗର ତୁଳି ସଦୃଶ ରହିଥିଲା । ପରେ ସେ 2010 ମସିହାରେ ଚଳଚ୍ଚିତ୍ର ଇଶ୍କିଆର ଖାଲୁଜାନ୍ ଚରିତ୍ରରେ ନଜର ଆସିଥିଲେ ।
ଅଭିଷେକ ଚୋବେଙ୍କ ନିର୍ଦ୍ଦେଶିତ ଫିଲ୍ମ ଇଶ୍କିଆରେ ନାସିରୁଦ୍ଦିନ ଶାହା ମଧ୍ୟ ଏକ ଚମତ୍କାର ଅଭିନୟ କରିଥିଲେ । ତାଙ୍କ ପ୍ରଦର୍ଶନ ପାଇଁ ନାସିରୁଦ୍ଦିନ ଅନେକ ପ୍ରଶଂସା ଲାଭ କରିଥିଲେ | ଅଭିନୟ ଠାରୁ ଆରମ୍ଭ କରି ମଜାଳିଆ ସଂଳାପ ପର୍ଯ୍ୟନ୍ତ, ହାଲୁଜାନ୍ ପ୍ରତ୍ୟେକ ରୂପରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇପାରିଥିଲେ । କିନ୍ତୁ 2011 ମସିହାରେ ଚଳଚ୍ଚିତ୍ର ଡାଟି ଚଳଚିତ୍ରରେ ସୂର୍ଯ୍ୟକାନ୍ତ ଭୂମିକାରେ ନଜର ଆସିଥିଲେ । ଯାହା ତାଙ୍କ ଦର୍ଶକଙ୍କୁ ମର୍ମାହତ କରିଥିଲା । ଏହି ଚଳଚ୍ଚିତ୍ରରେ ନାସିରୁଦ୍ଦିନ ଶାହାଙ୍କ ରଙ୍ଗୀନ ମନୋବଳ ଦେଖିବାକୁ ମିଳିଥିଲା। ବିବାହ ପରେ ମଧ୍ୟ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବା ପାଇଁ ସେ କୁଖ୍ୟାତ | ଫିଲ୍ମର ମୁଖ୍ୟ ଚରିତ୍ର ସିଲ୍କ ଯଥା ବିଦ୍ୟା ବାଲାନଙ୍କ ସହ ତାଙ୍କର ମଧ୍ୟ ସମ୍ପର୍କ ଥିବାବେଳେ ସିଲ୍କ ତାଙ୍କଠାରୁ ବହୁତ ସାନ।
ଏହି ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ପାଇଁ ନାସିର ଶ୍ରେଷ୍ଠ ସହାୟକ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ | ସେ ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ହଲିଉଡର ଆଡାପ୍ଟେସନ୍ ଦି ଲିଗ୍ ଅଫ୍ ଅସାଧାରଣ ଜେଣ୍ଟଲମେନରେ କ୍ୟାପଟେନ ନମୋ ଭୂମିକାରେ ଅଭିନୟ କରିଛନ୍ତି । ଆଜି ତାଙ୍କର ଜନ୍ମଦିନରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ।
Tags: NULL
ShareTweetSendShare

RelatedNews

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

ବ୍ୟାନ ହେଲା ପାକ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ
Latest News

ବ୍ୟାନ ହେଲା ପାକ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

ସଲମାନଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ
ମନୋରଞ୍ଜନ

ସଲମାନଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ
Entertainment

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ

ରାଷ୍ଟ୍ରୀୟ ସମ୍ମାନ ସହ ହୋଇଛି ମନୋଜ କୁମାରଙ୍କ ଶେଷକୃତ୍ୟ
Latest News

ରାଷ୍ଟ୍ରୀୟ ସମ୍ମାନ ସହ ହୋଇଛି ମନୋଜ କୁମାରଙ୍କ ଶେଷକୃତ୍ୟ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.