ନ୍ୟୁଜ 365 ବ୍ୟୁରୋ: ସୁସ୍ଥ ଜୀବନ ସମସ୍ତଙ୍କ ପସନ୍ଦ । ଛୋଟପିଲା ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଚାହାଁନ୍ତି ସୁସ୍ଥ ରହିବା ପାଇଁ । ଏଥିପାଇଁ ସଠିକ ଖାଦ୍ୟପେୟର ଆବଶ୍ୟକତା ରହିଛି । ହେଲେ ମିଶ୍ରିତ ଖାଦ୍ୟ ପଦାର୍ଥ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ସବୁଠୁ ବଡ଼ କାରଣ ହେଉଛି ଖାଇବା ତେଲ । ବିନା ତେଲରେ କୌଣସି ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ଆମିଷ ହେଉ ବା ନିରାମିଷ ସବୁଥିରେ ତେଲର ଆବଶ୍ୟକତା ରହିଛି । ହେଲେ ଆପଣ ଜାଣନ୍ତି କି ଆମ ଶରୀର ପାଇଁ କେଉଁ ତେଲ ଲାଭଦାୟକ ? କେଉଁ ତେଲ ଖାଇବା ଦ୍ୱାରା ଆମ ହାର୍ଟ ସୁସ୍ଥ ରହିଥାଏ ?
ସାଧାରଣତଃ ଆମେ ୧୦୦ ଡିଗ୍ରୀ ତାପମାତ୍ରାରେ ଖାଦ୍ୟ ପ୍ରସ୍ତୁତ କରିଥାଉ । ଅଲିଭ ଅଏଲର ସ୍ମୋକ ପଏଣ୍ଟ ୧୭୬ ଡିଗ୍ରୀ ରହିଥାଏ । ଏହାକୁ ଅଧିକ ଗରମ କଲେ ଏଥିରେ ଥିବା ହେଲଦି ଫ୍ୟାଟ ନଷ୍ଟ ହୋଇଯାଏ । ତେଣୁ ଅଲିଭ ଅଏଲ ଶରୀରକୁ ହାର୍ଟ ସମସ୍ୟାରୁ ଦୁରେଇ ରଖିଥାଏ । ସୋରିଷ ତେଲରେ ସାଚୁରେଟେଡ ସହ ପଲି ସାଚୁରେଟେଡ ବିପୁଳ ମାତ୍ରାରେ ରହିଥାଏ । ଯାହା ଆମ ହାର୍ଟକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ । ସେହିପରି ସୂର୍ଯ୍ୟମୁଖୀ ତେଲର ସ୍ମୋକ ପଏଣ୍ଟ ୨୬୫ ଡିଗ୍ରୀ ହୋଇଥାଏ । ଏଥିରେ ସାଚୁରେଟେଡ ଫ୍ୟାଟ ଖୁବ କମ୍ ଥାଏ । ଏବଂ ପଲି ସାଚୁରେଟେଡ ଫ୍ୟାଟ ବିପୁଳ ମାତ୍ରାରେ ରହିଥାଏ । ଯାହା ଆମ ହାର୍ଟକୁ ମଜଭୁତ ରଖିଥାଏ । ଖାଲି ସେତିକି ନୁହେଁ ରାଶି ତେଲରେ ମଧ୍ୟ ସ୍ମୋକ ପଏଣ୍ଟ ୨୧୦ ଡିଗ୍ରୀ ଥାଏ । ଯାହା ଆମ ହାର୍ଟ ପାଇଁ ସୁରକ୍ଷା କବଜ ସାଜିଥାଏ ।