ନ୍ୟୁଜ 365 ବ୍ୟୁରୋ: ସମୟ ଅଭାବ ପାଇଁ ସମସ୍ତେ ବେସ୍ତ । ମାତ୍ର ଶରୀରକୁ ଉପଯୁକ୍ତ ସମୟ ନଦେବା କାରଣରୁ ମୋଟା ପଣ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ବ୍ୟକ୍ତି ମାନେ । ଅଧିକ ମୋଟା ହେବା କାରଣରୁ ବିଭିନ୍ନ ସମୟରେ ଅନେକ ଅଜଣା ରୋଗ ଆମକୁ ମାଡିବସୁଛି । ଆମେ ଅଫିସରେ କାର୍ଯ୍ୟ କରୁଥିବା ସମୟରେ ମାନସିକ ଚିନ୍ତନର ଅଧିକ ବିନିଯୋଗ କରାଯାଉଥିବାବେଳେ ସେହି ଅନୁପାତରେ ଶାରୀରିକ ସ୍ଥରରେ ଆମେ ନିଜକୁ ଫିଟ ରଖିବାକୁ ସମୟ ଦେଉନାହାଁନ୍ତି । ଯାହା ବର୍ତ୍ତମାନ ଯୁବପିଢ଼ିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶେଷ କରି ମ୍ୟାଗି , ନୁଡୁଲ୍ସ , ଚ୍ୟାଓମିନ , ଫାଷ୍ଟଫୁଡ ଭଳି ଖାଦ୍ୟ ଖାଇବା ଫଳରେ ଆମର ମୋଟା ପଣ ଦିନକୁ ଦିନ ବୃଦ୍ଧି ପାଉଛି । କିନ୍ତୁ ମୋଟାପଣରୁ ମୁକ୍ତି ପାଇବା ଲାଗି ଆପଣ ଅନେକ ସମୟରେ ବିଭିନ୍ନ ସୋସିଆଲ ମିଡିଆର ସାହାର୍ଯ୍ୟ ନେଇଥାନ୍ତି । କିନ୍ତୁ ଏମିତି କିଛି ଘରୋଇ ଉପଚାର ଆପଣଙ୍କ ହାତ ପାହାନ୍ତାରେ ଅଛି ତାହା ଆପଣ ଭୁଲିଯାଆନ୍ତି । ସାଧାରଣତଃ ମାକେର୍ଟରେ ମିଳୁଥିବା କାକୁଡି ଆପଣଙ୍କ ମୋଟାପଣ ଦୂର କରିବ ।
ଯଦି ଆପଣ ନିୟମିତ ଭାବେ କାକୁଡି ଖାଇବେ ଓଜନ ହ୍ରାସ ହେବା ସହ ଆପଣଙ୍କ ଅଣ୍ଟା ବି ପତଳା ହୋଇଯିବ । ଆପଣଙ୍କ ପାଚନଶକ୍ତି ମଧ୍ୟ ଭଲ ରହିବ । ଯାହାକି ଆପଣଙ୍କୁ ଫିଟ୍ ରଖିବାରେ ବେଶ୍ ସହାୟକ ହେବ । ଏହା ସହ ଆପଣଙ୍କ ତ୍ୱଚା ମଧ୍ୟ ଉଜ୍ଜଳ ଦେଖାଯାଏ । ଖାଲି ସେତିକି ନୁହେଁ କାକୁଡି ଶରୀରରେ ଥିବା ବିଷାକ୍ତ ସାମଗ୍ରୀକୁ ବାହାରକୁ କାଢ଼ିବାରେ ବେଶ ସହାୟକ ହୋଇଥାଏ । ଏଥିରେ ଅଧିକ ପରିମାଣର ଫାଇବର ଥାଏ ।
ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଏହାକୁ ନିୟମିତ ଖାଇବା ଦ୍ୱାରା ଲିଭର୍, କିଡ୍ନୀ ଆଦି ସୁସ୍ଥ ରୁହେ । ଏହାସହ କାକୁଡିରେ ବିପୁଳ ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ, ମିନେରାଲ୍ସ ଏବଂ ଭିଟାମିନ୍ ରହିଛି । କାକୁଡିକୁ ଜିରୋ ଫ୍ୟାଟ୍ ଖାଦ୍ୟ ବୋଲି କୁହାଯାଏ । ତେଣୁ ଆପଣମାନେ ଅଧିକ ମାତ୍ରାରେ କାକୁଡି ଖାଇବା ଦ୍ୱାରା ସୁସ୍ଥ ଏବଂ ସୁନ୍ଦର ଜୀବନ ଶୈଳୀ ବିତାଇ ପାରିବେ ।