ନ୍ୟୁଜ 365 ବ୍ୟୁରୋ:ଆପଣ ସକାଳୁ ଉଠି ଅଘଷା ପାଟିରେ ପାଣି ପିିଉଛନ୍ତି ଯାହା ଆପଣଙ୍କ ପାଇଁ ସାଜିବ ବରଦାନ । ଶରୀର ସୁସ୍ଥ ରହିବା ସହ ଆପଣ ବି ରହିବେ ସତେଜ । ଯଦି ଏଭଳି ଅଭ୍ୟାସ ଆପଣ ଆପଣେଇନାହାଁନ୍ତି ତେବେ ଆଉ ଡେରି ନକରି ସକାଳୁ ଅଘଷା ପାଟିରେ ପାଣି ପିଇବା ଆରମ୍ଭ କରନ୍ତୁ । ଜାଣନ୍ତୁ ଅଘଷା ପାଟିରେ ପାଣି ପିଇଲେ ଶରୀରକୁ କ’ଣ ମିଳେ ଉପକାର । ସକାଳୁ ଉଠିବା ପରେ ଅଘଷା ପାଟିରେ ପାଣି ପିଇବା ଆମ ଶରୀର ପାଇଁ ବେଶ୍ ଲାଭଦାୟକ । ସାଧାରଣତଃ ରାତିରେ ଶୋଇବା ବେଳେ ଆମ ଶରୀରରେ ଅନେକ ଜୈବିକ ପ୍ରକ୍ରିୟା ସୃଷ୍ଟି ହୁଏ, ଏହାସହ ଶରୀର ଅଧିକ ଉତ୍ତାପ ଉତ୍ପାଦନ କରିଥାଏ । ଯାହା ଫଳରେ ଆମ ଶରୀରରୁ ଜଳୀୟଅଶଂ କମିଯାଇଥାଏ । ତେଣୁ ସକାଳୁ ଉଠିବା ମାତ୍ରେ ଶରୀର ପାଇଁ ଜଳର ଆବଶ୍ୟକତା ରହିଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ଅଘଷା ପାଟିରେ ପାଣି ପିଇବା ଦ୍ୱାରା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ । ଏବଂ ହଜମ ପ୍ରକ୍ରିୟାକୁ ମଧ୍ୟ ବୃଦ୍ଧି କରିଥାଏ । ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବେଡ୍ ଛାଡିବା ପୂର୍ବରୁ ଚା କିମ୍ବା କଫି ପିିଇଥାନ୍ତି ଯାହା ଆମ ଶରୀର ପାଇଁ ଅନେକ କ୍ଷତି ପହଁଞ୍ଚାଇଥାଏ । ତେଣୁ ଚା କିମ୍ବା କଫି ବଦଳରେ ଖାଲି ପେଟରେ ପାଣି ପିଅନ୍ତୁ , ସୁସ୍ଥ ରୁହନ୍ତୁ ।