ଲାଞ୍ଚ ନେଇ ବନ୍ଧାହେଲେ ବାଲେଶ୍ବର ଚାନ୍ଦିପୁର ଥାନାର IIC ଓ ASI । ଜଣେ ମଦ ବ୍ୟବସାୟୀ ଠାରୁ ମାସିକିଆ ବଟି ଆକରରେ ୫୦ ହଜାର ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ ପ୍ରଦୀପ ମହାନ୍ତି ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ମିଳିଥିବା ସୂଚନା ଆଧାରରେ ବଳରାମ ଗଡି ଅଞ୍ଚଳରେ ଥିବା ଏକ ବିଦେଶୀ ମଦ କାଉଣ୍ଟରକୁ ଏହି ଦୁଇ ଅଧିକାରୀ ବଟି ମାଗୁ ଥିଲେ। ଆଉ ଆଜି ଲାଞ୍ଚ ନେବା ବେଳେ ଦୁଇ ଅଧିକାରୀଙ୍କୁ ଧରିଛି ଭିଜିଲାନ୍ସ। ଦୁଇ ଅଧିକାରୀ ଲାଞ୍ଚ ପାଇଁ ୫୦ ହଜାର ଟଙ୍କା ପୂର୍ବରୁ ଦାବି କରିଥିଲେ। ଆଜି ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ଵର ଭିଜିଲାନ୍ସ ଏସ୍ପି ନରହରି ନାୟକ ।