ନ୍ୟୁଜ 365 (ବ୍ୟୁରୋ) : ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ
ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଆରୋପ ଲଗାଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ
ଭିନେଶ ଫୋଗାଟ୍ ଙ୍କୁ ବିନା ଟ୍ରାଏଲରେ ଏସୀୟ କ୍ରୀଡ଼ା ପାଇଁ ଦଳରେ ସାମିଲ୍ କରାଯାଇଛି । ଆଡହକ୍ କମିଟି ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ବିନା ଅନୁମତିରେ ଦୁଇ ଖେଳାଳିଙ୍କୁ
ଦଳରେ ସ୍ଥାନ ଦେଇଛନ୍ତି । ଡବ୍ଳ୍ୟୁଏଫଆଇର ଏହି ନିଷ୍ପତ୍ତିକୁ ବିରୋଧରେ
କିଛି ପହିଲମାନ ଅଦାଲତଙ୍କ ଦ୍ଵାରସ୍ଥ ହେବାକୁ ଯାଉଛନ୍ତି ।
ହତ୍ୟା ଧମକ ମିଳୁଥିଲା ବୋଲି ଅଧ୍ୟକ୍ଷଙ୍କୁ ପ୍ରଶଂସା
କରୁଥିଲୁ, ବଜରଙ୍ଗ ପୁନିଆ ଆଡହକ୍ କମିଟି ଜୁଲାଇ ୨୨ ଏବଂ ୨୩ ତାରିଖରେ ହେବାକୁ ଥିବା ଟ୍ରାଏଲର ୪
ଦିନ ପୂର୍ବରୁ ଏହାର ମାନଦଣ୍ଡର ସର୍କୁଲାର ଜାରି କରିଛି । ହେଲେ ବଜରଙ୍ଗ ଏବଂ ଭିନେଶଙ୍କୁ ବିନା ଟ୍ରାଏଲରେ ଏସୀୟ କ୍ରୀଡ଼ା ପାଇଁ ମନୋନୀତ
କରାଯାଇଛି। କମିଟିର ଜଣେ ସଦସ୍ୟଙ୍କ କହିବା କଥା ପୁରୁଷ ୬୫ ଏବଂ ମହିଳା ୫୩ ଭାରବର୍ଗର ବିଜେତା
ପହିଲମାନଙ୍କୁ ଏସୀୟ କ୍ରୀଡ଼ା ପାଇଁ ଷ୍ଟାଣ୍ଡବାଇ ଭାବେ ପଠାଯିବ। ଯଦି ବଜରଙ୍ଗ ଏବଂ ଭିନେଶ ଏସୀୟ
କ୍ରୀଡ଼ାରେ ଅଂଶଗ୍ରହଣ କରିବେ ନାହିଁ ଉଭୟଙ୍କୁ ଷ୍ଟାଣ୍ଡବାଇ ଭାବେ ଦଳରେ ରଖାଯିବ । ପୁରୁଷ
ଏବଂ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଜଗମିନ୍ଦର ସିଂ ଏବଂ ବୀରେନ୍ଦ୍ର ଦାହିଆଙ୍କ କହିବା କଥା
ସେମାନଙ୍କୁ ବୈଠକକୁ ଡକାଯାଇ ନାହିଁ।
ଦୁଇ
ପ୍ରଶିକ୍ଷକ ବଜରଙ୍ଗ ଏବଂ ଭିନେଶଙ୍କୁ ବିନା ଟ୍ରାଏଲରେ ସୀୟ କ୍ରୀଡ଼ା ପାଇଁ ଚୟନ କରାଯିବାକୁ
ବିରୋଧ କରିଛନ୍ତି । କିନ୍ତୁ କମିଟି ଉଭୟ ଆଥଲେଟଙ୍କ ଦଳରେ ସାମିଲ୍
କରି ନେଇଛି । ଅଧିକ ପଢନ୍ତୁ- ଟ୍ୱିଟ୍ କରି ଭିନେଶ
ଫୋଗାଟଙ୍କ ବଡ଼ ଘୋଷଣା, କହିଲେ- ଗଙ୍ଗାରେ ଭସେଇ ଦେବେ ଅଲିମ୍ପିକ ମେଡାଲସୂତ୍ର ଅନୁଯାୟୀ, ଡବ୍ଲ୍ୟୁଏଫଆଇର ଚୟନ କମିଟି ଅନୁସାରେ ବଜରଙ୍ଗ, ଭିନେଶ ଏବଂ ରବି କୁମାରଙ୍କୁ ଅଲିମ୍ପିକ ଏବଂ
ବିଶ୍ଵ ଚାମ୍ପିଅନସିପର ପଦକ ବିଜେତା ହୋଇଥିବାରୁ ସିଧାସଳଖ ଦଳରେ ସାମିଲ୍ କରାଯିବାର ଥିଲା ।
ମାତ୍ର ରବି କୁମାର ଚତୁର୍ଥ ରାଙ୍କିଙ୍ଗ
ଟୁର୍ଣ୍ଣାମେଣ୍ଟରେ ଆହତ ହେବା କାରଣରୁ ତାଙ୍କୁ ଏହି କୋହଳ ଦିଆଯାଇ ନାହିଁ। ଏହା ମଧ୍ୟ ସ୍ଥିର
ହୋଇ ନାହିଁ ଯେ, ବଜରଙ୍ଗ, ଭିନେଶଙ୍କ ସହିତ ଆନ୍ଦୋଳନରେ ସାମିଲ୍ ସାକ୍ଷୀ
ମଲିକ, ସଙ୍ଗୀତା
ଫୋଗାଟ୍, ଜିତେନ୍ଦ୍ର
କୁମାର, ସତ୍ୟବ୍ରତ
କାଦିୟାନ ଟ୍ରାଏଲ ଖେଳିବେ କି ନାହିଁ। ଚାରି ଜଣ ବର୍ତ୍ତମାନ ବିଦେଶରେ ପ୍ରସ୍ତୁତି କରୁଛନ୍ତି।