ନ୍ୟୁଜ 365 (ବ୍ୟୁରୋ): ସକାଳୁ ସକାଳୁ ନିଦ ଭାଙ୍ଗିବା ପରେ ଲୋଡା ଟିକେ ଚା ଓ କଫି । ଦେହକୁ ଟିକେ ସତେଜ ଓ ମନକୁ ଫୂର୍ତ୍ତିକରିବା ପାଇଁ ଆବଶ୍ୟକ ପଡୁଛି ଚା ଓ କଫି । ଅଫିସରୁ ଟିକେ ଫୁରସତ ମିଳିଲେ ସମସ୍ତେ ଚାହାନ୍ତି ଚା ଏବଂ କଫି ଟିକେ ପିଇ ରିଲାକ୍ସ ହେବାକୁ । କିଛି ଲୋକ ଦିନକୁ ଦୁଇରୁ ତିନି କପ୍ ଚା କିମ୍ବା କଫି ପିଉଥିବା ବେଳେ ଆଉ କିଛି ଦିନକୁ ଚାରି ରୁ ପାଞ୍ଚ କପ୍ ଚା ପିଅନ୍ତି । ହେଲେ ଆପଣଙ୍କ ଏହି ଅଭ୍ୟାସ ଜୀବନରେ ଆଣିବ ବଡ଼ ବିପଦ । ଆମ ପେଟରେ ଏସିଡର ମାତ୍ରା ଅଧିକ ଥାଏ । ଆମେ ରାତିରେ ଯେଉଁ ଖାଦ୍ୟ ଖାଉ ତାହା ସକାଳକୁ ହଜମ ହୋଇଯାଇଥାଏ ଏବଂ ଆମ ପେଟକୁ ସକାଳୁ ଖାଦ୍ୟ ଦରକାର ହୁଏ ହେଲେ ଆମେ ଖାଦ୍ୟ ବଦଳରେ ଚା ପିଉ ଯାହା ଆମ ଶରୀର ପାଇଁ ବିପଦ ସୃଷ୍ଟି କରିଥାଏ ।
ଯଦି ଆପଣ ଏକମାସ ପର୍ଯ୍ୟନ୍ତ ଚା କିମ୍ବା କଫି ପିଇବା ବନ୍ଦ କରିଦେବେ ତେବେ କ’ଣ ସୁବିଧା ଏବଂ ଅସୁବିଧା ହେବ ଆସନ୍ତୁ ଜାଣିବା ସୂଚନା ଅନୁଯାଇ, ଚା କିମ୍ବା କପି ଆମକୁ ଥକା ପଣରୁ ମୁକ୍ତି ଦେବା ସହ ଆମ ରକ୍ତ ଚାପ ବଢ଼ାଇଥାଏ ଏବଂ ଆମ ଶରୀରକୁ ମୋଟା କରିଦିଏ । ଚା ରେ ଅଧିକ ପରିମାଣରେ କାଫେନ୍ ଥାଏ । ଯଦି ଏକମାସ ପର୍ଯ୍ୟନ୍ତ ଚା ଏବଂ କଫି ପିଇବା ବନ୍ଦ କରିଦିଅନ୍ତି ତେବେ ଆମ ରକ୍ତଚାପ ନିୟନ୍ତ୍ରଣରେ ରହିବ । ଚା ଆମ ନିଦ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ଚା ଛାଡିବା ଦ୍ୱାରା ଆପଣଙ୍କୁ ଭଲ ନିଦ ହୋଇଥାଏ । ଖାଲି ସେତିକି ନୁହେଁ , ଚା ଏବଂ କଫି ଆପଣଙ୍କ ଦାନ୍ତର ରଙ୍ଗକୁ ମଳିନ କରିବା ସହିତ ଦୁର୍ବଳ ମଧ୍ୟ କରିଥାଏ । ଆପଣମାନେ ଯଦି ଧଳା ଓ ସୁସ୍ଥ ସବଳ ଦାନ୍ତ ଚାହୁଁଛନ୍ତି ତେବେ ଚା ଏବଂ କଫି ଠାରୁ ଦୁରେଇ ରୁହନ୍ତୁ ।