ନ୍ୟୁଜ 365 (ବ୍ୟୁରୋ) ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଆଉ ଏକ ଦଳ ଏନଡିଏରେ ଯୋଗ ଦେଇଛି । ବିହାର ଲୋକ ଜନଶକ୍ତି ପାର୍ଟି ଏନଡିଏରେ ଯୋଗ ଦେବ । ସୋାମବାର ଦଳର ମୁଖ୍ୟ ନେତା ଚିରାଗ ପାସୱାନ ଏନଡିଏରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି । ଦଳର ମୁଖ୍ୟ ରଣନୀତିଜ୍ଞ ଅମିତ ଶାହାଙ୍କ ସହ ଚିରାଗ ପାସୱାନଙ୍କ ସାକ୍ଷାତ ପରେ ସୋମବାର ଭାଜପା ଏହି ଘୋଷଣା କରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଟୁଇଟ୍ କରି କହିଛନ୍ତି, ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଦଳର ନେତା ଚିରାଗ ପାସୱାନ ଏନଡିଏରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କୁ ଏନଡିଏ ପରିବାରକୁ ସ୍ବାଗତ କରୁଛି। ଜୁଲାଇ ୧୮ରେ ଦିଲ୍ଲୀର ଅଶୋକା ହୋଟେଲରେ ଏନଡିଏର ଏକ ବଡ ବୈଠକ ଅଛି । ବୈଠକରେ ମୋଟ ୩୮ଟି ଦଳ ସାମିଲ ହେବେ ବୋଲି ସୂଚନା ମିଳିଛି ।